ମାଜିଷ୍ଟେଟ୍‌ଙ୍କ ନାମ କହି ଟଙ୍କା ଠକେଇ

ଭୁବନେଶ୍ବର,୧୪/୧୨- ମାଜିଷ୍ଟେଟ୍‌ଙ୍କ ନାମ କହି ଟଙ୍କା ଠକେଇ। ଭୁବନେଶ୍ବର କୋର୍ଟ ନିକଟରେ ଏକ ମାଜିଷ୍ଟେଟ୍‌ଙ୍କ ନାମରେ ଟଙ୍କା ଠକେଇ ନେବା ଘଟଣା ଚର୍ଚା ପାଲଟିଛି। ନିଜକୁ ଏକ ଗଣମାଧ୍ୟମର ପ୍ରତିନିଧି କହୁଥିବା ଜଣେ ଯୁବକ ଏପରି କରିଛି। ଓକିଲାତି ଲାଇସେନ୍‌ସ ନଥିବା ବେଳେ ଉକ୍ତ ଯୁବକ ଓକିଲାତି କରୁଥିବା ଥା କହି କଳା ସାର୍ଟ କଳା ପ୍ୟାଣ୍ଟ୍‌ ପିନ୍ଧି ଏକ କଳା କାର୍ଟ ପିନ୍ଧି ଏପରି ଠକେଇ କରିଛି। ଏନେଇ ଉକ୍ତ ଯୁବକଙ୍କ ନାମରେ ରାଜ୍ୟ ଆଇନଜୀବୀ ପରିଷଦ ଓ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ଜଣାପଡ଼ିଛି।

Read More

ବ୍ରେକ୍‌ ମାରିଲ ଚକା ସ୍ଲିପ୍‌ , ରାସ୍ତାରୁ ବାଲି ସଫା ଅଭିଯାନ

ଭୁବନେଶ୍ବର,୨୦/୧୧-ରାସ୍ତାରେ ବାଲି ବିଛାଇ ହୋଇ ପଡ଼ିଥିଲେ ହେଁ ବିଏମ୍‌ସି ପକ୍ଷରୁ ସଫେଇ କରିବାକୁ ଚିନ୍ତା କରିପାରୁନି। ରାସ୍ତା ଉପରେ ବାଲି ପଡ଼ି ରହୁଥିବାରୁ ଦୁଇ ଚକିଆ ଗାଡ଼ି ଗଲାବେଳେ ହଠାତ୍ ଯଦି କିଏ ବ୍ରେକ୍‌ ମାରିଦେଉଛି ତେବେ ଚକା ସ୍ଲିପ୍‌ କରିଯାଉଛି। ଏହିଭଳି ଦୁର୍ଘଟଣା ପ୍ରତିଦିନ ରାଜଧାନୀରେ ଘଟୁଛି। ସେହିପରି ବିଏମ୍‌ସି ୫୯ ନମ୍ବର ୱାର୍ଡ ନୂଆଗାଁ ଆଖପାଖରେ ଘଟୁଥିବାରୁ ଏପରି ଦୁର୍ଘଟଣାକୁ ଏଡାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଯୁବକ। ସାମନ୍ତରାପୁର ନୂଆଗାଁ ମାରୁତି ନଗର ଡେପଲ୍‌ପମେଣ୍ଟ୍‌ କମିଟି ବାଲି ସଫେଇ ପାଇଁ ନିଷ୍ପତି ନେଇଛି। ଏନେଇ ଆଜି ବାଲି ସଫା ଅଭିଯାନ ଆରମ୍ଭ କରିଛନ୍ତି। ବିଭିନ୍ନ ପିଚୁ ରାସ୍ତା ଓ ଫେବର ବ୍ଲକ୍‌ ରାସ୍ତା ଉପରୁ ବାଲିକୁ ସଫା କରିଛନ୍ତି। ସମାଜସେବୀ ଡ଼ ଚିନ୍ମୟାନନ୍ଦ ବଡ଼ଜେନାଙ୍କ ସଂଯୋଜନାରେ ମାରୁତି ନଗର ଡେପଲ୍‌ପମେଣ୍ଟ୍‌ କମିଟିର ହୃଷିକେଶ କର,…

Read More

ଖଣ୍ଡଗିରିରେ ଷ୍ଟାଇଲ୍ ବାଜାର ଉଦ୍‌ଘାଟିତ

ଭୁବନେଶ୍ବର,୧୯/୧୧- ଭାରତର ୯ଟି ରାଜ୍ୟରେ ଷ୍ଟାଇଲ୍ ବାଜାରରେ ୧୯୮ଟି ଷ୍ଟୋର ଥିବା ବେଳେ ଓଡ଼ିଶାରେ ଏହା ବିସ୍ତାର ଏକ ଅଗ୍ରଣୀ ଶୃଙ୍ଖଳିତ ଖୁଚୁରା ପୋଷାକ ବ୍ୟବସାୟ ୩୨ଟି ଷ୍ଟୋର ରହିଛି। ପୂର୍ବ ଭାରତର ଦ୍ରୁତତମ ବୃଦ୍ଧି ପାଉଥିବା ଫ୍ୟାଶନ୍ ବ୍ରାଣ୍ଡ ସୁଲଭ ମୂଲ୍ୟରେ ବିଭିନ୍ନ ଫ୍ୟାଶନ୍ ସହ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିଛି। ଏହି ଷ୍ଟାଇଲ୍ ବାଜାର ଖଣ୍ଡଗିରି ଛକର ବାରଭୁଜା ମାର୍କେଟ ନିକଟରେ ନୂତନ ଶୋରୂମ୍‌ ଉଦ୍‌ଘାଟିତ ହୋଇଛି । ବିଶିଷ୍ଟ ସମାଜସେବୀ ଅବସର ପ୍ରାପ୍ତ ଓଏଏସ ଦିବାକର ଦାଶ ଏହାକୁ ଉଦଘାଟନ କରିଥିବା ବେଳେ ଏଥିରେ, ଗୋବିନ୍ଦ ପଟେଲ, ବିଶିଷ୍ଟ ଅଭିନେତା ତଥା ଓଡିଶୀ ନୃତ୍ୟଶିଳ୍ପୀ ପ୍ରତିଭା ପଣ୍ଡା, ଦିଲ୍ଲୀପ ଦାସ, ପ୍ରମୋଦ କୁମାର ଦାସ, ଏହାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ରାମକୃଷ୍ଣ ପାତ୍ର, ନିର୍ଦେଶକ ଭଗବାନ ପ୍ରସାଦ, ଆଞ୍ଚଳିକ ମ୍ୟାନେଜର ମନାରଞ୍ଜନ ପରିଡ଼ା ପ୍ରମୁଖ…

Read More

କର୍ପୋରେଟର କଲେ ପୁଷ୍କରିଣୀ ସଫେଇ

ଭୁବନେଶ୍ୱର,୧୫/୧୧ : କପିଳେଶ୍ବରରେ ଶ୍ରଦ୍ଧାଳୁ ମାନଙ୍କ ବୋଇତ ବନ୍ଦାଣ କରାଯାଇଥିଲା। ପୂର୍ବ ରାତିରେ ବନ୍ଧୁ ମିଳନ କରି କର୍ପୋରେଟର ଓ ସ୍ଥାନୀୟ ଯୁବକ ଜୟକୃଷ୍ଣ ମଲିଆ ମନ ଜିଣିଥିଲେ। ଏହ ପରେ ମଧ୍ୟ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ ବୋଇତ ବନ୍ଦାଣ କରିଥିଲେ। ପରେ କପିଳେଶ୍ବରର ଯୁବକମାନଙ୍କ ଦ୍ବରା ମଣିକର୍ଣ୍ଣିକା ପୁଷ୍କରିଣୀକୁ ସଫେଇ କରାଯାଇଥିଲା। ପୁଷ୍କରିଣୀ କୂଳରେ ଥିବା କଦଳୀବାହୁଙ୍ଗା, ସୋଲ ଓ କାଗଜ ଡଙ୍ଗାକୁ ସଫେଇ କରାଯାଇଥିଲା । ସ୍ଵେଚ୍ଛାସେବୀ ଏକାଠି ହୋଇ ପ୍ଲାଷ୍ଟିକ, ସୋଲ ଏବଂ କୃତିମ ରଙ୍ଗରେ ପ୍ରସ୍ତୁତ ବୋଇତ ଜଳାଶୟକୁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଫେଇ କରିଥିଲେ। ସ୍ଥାନୀୟ କର୍ପୋରେଟର ସମାଜସେବୀ ଚନ୍ଦ୍ର ଶେଖର ମଲିଆଙ୍କ ସଂଯୋଜନାରେ ବହୁ ଯୁବକ ଓ ଯୁବତୀ ସାମିଲ ହୋଇଥିଲେ। ଜୟକୃଷ୍ଣ ମଲିଆ ଏହାକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟ ପାଇଁ ବିଭିନ୍ନ…

Read More

ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ପରିବେଶ ଉପଯୋଗୀ ବୋଇତ ବନ୍ଦାଣ, ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ ଦାଶ ପାଇବେ ଦୟାନଦୀ ସମ୍ମାନ

ଭୁବନେଶ୍ବର,୫/୧୧: ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ଇକୋ ଫ୍ରେଣ୍ଡଲି ବୋଇତ ବନ୍ଦାଣ କରାଯିବ। ଚଳିତ ବର୍ଷ ମଧ୍ୟ ସୋଲ, ପ୍ଲାଷ୍ଟିକ ଡଙ୍ଗା ନଭସାଇ କଦଳୀ ପାଟୁକା ଡଙ୍ଗା ଭସେଇବା ପାଇଁ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ପକ୍ଷରୁ ନିଷ୍ପତି ହୋଇଛି। ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ଏସମ୍ପର୍କରେ ସଚେତନ କରାଯିବା ସହ ମାଗଣାରେ କଦଳୀ ପଟୁକା ଡଙ୍ଗା ବଣ୍ଟନ କରାଯିବ। ସ୍ଥାନୀୟ ଶିଶୁପାଳଗଡ଼ ସ୍ଥିତ ଦୂର୍ଗେଶ୍ୱର ମନ୍ଦିରରେ “ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ” ପାଳନ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ ଦାଶଙ୍କୁ “ଦୟାନଦୀ ସମ୍ମାନରେ ସମ୍ମାନୀତ କରାଯିବା ସହ ଆଞ୍ଚଳିକ ପ୍ରତିଭା ମାନଙ୍କୁ ପ୍ରତିଭା ସମ୍ମାନରେ…

Read More

ବୋତଣ୍ଡାରେ ଶିବ ଶଙ୍କର ମିଠା ଦୋକାନ, ନୟୁ ବେଙ୍ଗଲ୍‌ ଗାଙ୍ଗୁରାମ (ଜଳଖିଆ ଓ ମିଠାର ସମ୍ଭାର)

ଭୁବନେଶ୍ବର- ସକାଳ ୮ଟା ହେଲେ ଟିଫିନ୍ ଦୋକାନ ଆଗରେ ଲାଗିଯାଏ ଗ୍ରାହକଙ୍କର ଲମ୍ବା ଲାଇନ। ବରା,ଆଳୁଚପ ଠାରୁ ଆରମ୍ଭ କରି ମିଠା ପର୍ଯ୍ୟନ୍ତ ବିଭିନ୍ନ ଆଇଟମ ଉପରେ ଗ୍ରାହକଙ୍କ ମାଡ। କିନ୍ତୁ ଉପବାସ ଦିନ ଆସିଗଲେ ବଢିଯାଏ ଚିନ୍ତା। ଜିଭର ଲାଳସା ଖୋଜେ ବିନା ପିଆଜ ରସୁଣ ରେ ପ୍ରସ୍ତୁତ ଖାଦ୍ୟ। ଆଉ ଯେବେ କମ୍ ପଇସାରେ ଏମିତି ଟିଫିନ୍ ଉପଲବ୍ଧ ହୁଏ ତେବେ ଖୁସି କହିଲେ ନସରେ ଭୁବନେଶ୍ବର ଉପକଣ୍ଠ ବୋତଣ୍ଡା ଛକ ଷ୍ଟେଟ୍‌ ବ୍ୟାଙ୍କ ଓ ବସ୍‌ ଷ୍ଟପେଜ୍‌ ନିକଟରେ ରହିଛି ଦୋକାନ ନୟୁ ବେଙ୍ଗଲ୍‌ ଗାଙ୍ଗୁରାମ (ଜଳଖିଆ ଓ ମିଠାର ସମ୍ଭାର) । ଏ ଦୋକାନ ବିନା ପିଆଜ ରସୁଣରେ ଜଳଖିଆ ବିକ୍ରୟ କରୁଛି। ଖାଲି ଟିଫିନ୍ ପାଇଁ ନୁହଁ ମିଠା ଆଉ ପାରମ୍ପରିକ ପିଠା ପାଇଁ ଏ ଦୋକାନ ସୁପ୍ରସିଦ୍ଧ। ଏଠି…

Read More

ସାରା ଦେଶରେ ଚର୍ଚା, ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ 

ଭୁବନେଶ୍ୱର,୩/୧୦:  ଥାଇଲାଣ୍ଡରେ ଏକ ହୋଟେଲ ସମ୍ମୁଖରେ ସୁରକ୍ଷାଧାରୀ ପରି ଦୁଇ ପାଶ୍ୱରେ ଠିଆ କରାଯାଇଛି ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର ନାଥ ଟାଗୁରଙ୍କ ମୂର୍ତ୍ତି । ଏନେଇ ଥାଉଲଣ୍ଡ ସରକାର ତୁରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍‌ ସ୍ଥାନରେ ରଖିବାକୁ ଆଜି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ନୀରବ ପ୍ରତିବାଦ କରାଯାଇଛି । ଗତ ୧ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅଲ୍ ଓଡିଶା ଲୟର୍ସ ଫୋରମର ଆବାହକ ଡ଼ ଲିଙ୍ଗରାଜ ସାହୁ ଓ ବରିଷ୍ଠ ନାଗରିକ ଗୌର ଚନ୍ଦ୍ର ମହାପାତ୍ର ଏହି ଦାବିପତ୍ର ପ୍ରଦାନ କରିଥିବା ବେଳେ ଗାନ୍ଧୀ ଜୟନ୍ତୀରେ ଗାନ୍ଧୀ ମାର୍ଗରେ ପ୍ରତିବାଦ କରାଯାଇଥିଲା। ଥାଇଲଣ୍ଡ ସରକାର ତରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍‌ ସ୍ଥାନରେ ରଖିବାକୁ ଉଦ୍ୟମ କରିବାକୁ ବୁଦ୍ଧିଜୀବୀ ଓ ବିଭିନ୍ନ ସମାଜସେବୀ ଦାବି ଜଣାଇଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ…

Read More

କର୍ପୋରେଟ୍ ଲ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର, ୨୮/୮: ଓମାନ୍ ଦେଶରେ ଅଧ୍ୟାପନା କରୁଥିବା ପ୍ରବାସୀ ଓଡ଼ିଆ ଡକ୍ଟର ଶେଲୀ ମହାନ୍ତିଙ୍କ ଦ୍ଵିତୀୟ ଇଂରାଜୀ ପୁସ୍ତକ ‘କର୍ପୋରେଟ୍ ଲ’ ଆଜି କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ ଲୋକାର୍ପିତ ହୋଇଯାଇଛି । ବରିଷ୍ଠ ପ୍ରଶାସକ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର କୁମରବର ଦାସ ମୁଖ୍ୟ ଅତିଥି ଓ କିଟ୍ ଲ’ ସ୍କୁଲ୍‌ର ପ୍ରାଧ୍ୟାପକ ଡ. ନବୀନ ଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକର ଲୋକାର୍ପଣ ସହ କର୍ପୋରେଟ୍ ଆଇନ୍ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ବିରଞ୍ଚି ନାରାୟଣ ମିଶ୍ର ବେଦପାଠ ଓ ସୁଶ୍ରୀ ଗାୟତ୍ରୀ ଦାସ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ରମେଶ ଚନ୍ଦ୍ର ପାଣି, ଡ. ଶର୍ମିଷ୍ଠା ମହାପାତ୍ର, ଜୀବନବଲ୍ଲଭ…

Read More

ଦିନବନ୍ଧୁ ମଲିଆଙ୍କୁ ଜୀବନବ୍ୟାପି ସାଧନା ପାଇଁ “ଶିବ ଭଜନ ସମ୍ମାନ”

ଭୁବନେଶ୍ୱର,- ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପୂର୍ବ ରାତିରୁ କାଉଡ଼ିଆମାନେ ଧାଡ଼ିବାନ୍ଧି ମନ୍ଦିର ସିଂହଦ୍ୱାର ନିକଟରେ ଅପେକ୍ଷା କରି ଭୋରୁ ମନ୍ଦିରକୁ ପ୍ରବେଶ କରି ମହାଦେବଙ୍କୁ ପାଣି ଢ଼ାଳିଥିଲେ । ଏହି ଅବସରରେ ବୋଲବମ୍ ସାଂସ୍କୃତିକ ମହୋତ୍ସବ ଆୟୋଜିତ ହୋଇଥିଲା । ବିଣାପାଣୀ ନାଟ୍ୟ ସଂସ୍ଥା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାର ସମ୍ପାଦକ ବିଚିତ୍ର ମଲିଆଙ୍କ ସଭାପତିତ୍ୱ କରିଥିଲେ । ବରିଷ୍ଟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦେଶକ ଦିନବନ୍ଧୁ ମଲିଆଙ୍କ ଦ୍ୱାରା ଓ ତାଙ୍କ ନିର୍ଦେଶନାରେ ଭଜନ ପରିବେଷଣ କରାଯାଇଥିଲା । ଏହି ଅବସରରେ ରଙ୍ଗିଲା ଡ୍ୟାନ୍ସ ଅନୁଷ୍ଠାନର ମୁଖ୍ୟ ଦିଲ୍ଲୀପ ସ୍ୱାଇଁଙ୍କ ସଂଯୋଜନାରେ ନୃତ୍ୟ ପରିବେଷଣ କରାଯାଇଥିଲା । ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଡ଼ ଲିଙ୍ଗରାଜ…

Read More

Voice of Odisha lawyers echoed abroad; signature campaign held in Thailand over Bharat Ratna demand for Madhu Babu

Bhubaneswar: The Nationalist movement, protection of Odia language, and formation of separate Odisha state were the results of the great struggles of Gopabandhu Das. Similarly, Madhusudan Das, who became poor for the sake of Odia art, culture, and heritage, was the main force behind the formation of a linguistic state or province. Despite their contributions, the two great men have not received due recognition in India. Demands for posthumous Bharat Ratna awards, installation of their statues in the Parliament premises, and naming of trains after them have not subsided. In…

Read More