ସାମ୍ବାଦିକଙ୍କ ପାଇଁ ସରକାର ଘୋଷଣା କରନ୍ତୁ        

ଭୁବନେଶ୍ୱର,୧୩/୩ : ନିର୍ବାଚନ ପୂର୍ବରୁ ସବୁ ସଂଘ ଓ କର୍ମଚାରୀଙ୍କ ଦାବି ଶୁଣିଲେ ସରକାର । ଏପରିକି ଯେଉଁମାନେ ଦାବି କରିନାହାଁନ୍ତି ସେମାନଙ୍କ ଦରମା ବୃଦ୍ଧି କରିଛି ସରକାର । ତେବେ କେବଳ ସାମ୍ବାଦିକଙ୍କ ଦାବି ପୂରଣ ହୋଇନାହିଁ । ନିର୍ବାଚନ ଘୋଷଣା ପୂର୍ବରୁ ତୁରନ୍ତ ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ନିମନ୍ତେ ଘୋଷଣା କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ । ଏଥି ପାଇଁ ରାଜ୍ୟ ସରକାର ତୁରନ୍ତ କମିଟି ଘୋଷଣା କରିବାକୁ ମଂଚର ଆବାହକ ଡ଼ ଲିଙ୍ଗରାଜ ସାହୁ ଦାବି କରିଛନ୍ତି । ଶ୍ରୀ କହିଛନ୍ତି ଯେ, ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ତୁରନ୍ତ କରିବା ଆବଶ୍ୟକ ରହିଛି । ବିଭିନ୍ନ ସାମ୍ବାଦିକଙ୍କ…

Read More

ଲୋୟର ପିଏମ୍‌ଜିରେ ଗର୍ଜିଲେ ସାମ୍ବାଦିକ, ରାଜ୍ୟରେ ଆନ୍ଦୋଳନ ତୀବ୍ର ହେବ ଚେତାବନୀ 

ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ମୌଳିକ ଦାବି ନେଇ ବୁଧବାର ରାଜ୍ୟର ପ୍ରାୟ ଦୁଇ ହଜାର ସାମ୍ବାଦିକ ବିଧାନସଭା ଘେରାଉ କରିଛନ୍ତି । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସାମ୍ବାଦିକବର୍ଗ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ କ୍ରମାଗତ ଭାବେ ବିିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମୂହକୁ ଉପସ୍ଥାପନ କରି ଆସୁଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ମିଳିପାରି ନାହିଁ । ଦାବିଗୁଡ଼ିକ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକଙ୍କୁ ପେନସନ ପ୍ରଦାନ, ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୨୫ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନମାନଙ୍କୁ ସାମିଲ୍ କରାଯିବା, ମିଡ଼ିଆ ଏକାଡ଼େମୀ ଗଠନ କରିବା, ଅଧିସ୍ୱୀକୃତି କମିଟି ପୁନର୍ଗଠନ ଓ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ…

Read More

ଓଡ଼ିଆ ଭାଷାକୁ ଆୟୁଧ କରି ରାଜ୍ୟ ଗଠନର ପ୍ରମୁଖ ବିନ୍ଧାଣିଥିଲେ ମଧୁ ବାବୁ,

ମଧୁ ବାବୁଙ୍କୁ ମିଳିନି ଯଥୋଚିତ ସମ୍ମାନ, ଓଡ଼ିଆ ବର୍ଣ୍ଣୋବଧ ପୁସ୍ତକ ସହ ମଧୁ ବାବୁଙ୍କ ଫଟୋ ପ୍ରଦାନ ଶୁଭାରମ୍ଭ, ସଂସଦ ଭବନରେ ପ୍ରତିମୂର୍ତ୍ତି, ନାମରେ ଚାଲୁ ଟ୍ରେନ୍‌, ଜୟନ୍ତୀ ହେଉ ଛୁଟି ଘୋଷଣା ଭୁବନେଶ୍ୱର,୪/୨: ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଗୌରବାନୀତ କରିଥିଲେ ଭାରତ ଗୌରବ ମଧୁସୂଦନ ଦାସ । ସେଥିପାଇଁ ତାଙ୍କୁ ନୂତନ ଓଡ଼ିଶାର ନିର୍ମାତା ଓ ଜନକ କୁହାଯାଏ । ଓଡ଼ିଆ ଭାଷାକୁ ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ଅଧିକ ଅଧ୍ୟୟନ କରାଇବା ସହ ମଧୁ ବାବୁଙ୍କ ସମ୍ପର୍କରେ ସଭିଁଏ ଜାଣିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏଥି ପାଇଁ ମଧୁ ବାବୁଙ୍କ ମହାପରାୟଣ ଦିବସରେ ବିଭିନ୍ନ ବେସରାକରୀ ବିଦ୍ୟାଳୟକୁ ମଧୁ ବର୍ଣ୍ଣବୋଧ ପୁସ୍ତକ ପ୍ରଦାନ ସହ ମଧୁ ବାବୁଙ୍କ ଫଟୋ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି…

Read More

ଲିଙ୍ଗରାଜ ସାହୁଙ୍କୁ ସମ୍ମାନଜନକ ଡକ୍ଟରେଟ୍ 

ଭୁବନେଶ୍ୱର,୨/୬: ବେଦର ଆବଶ୍ୟକତା ସମ୍ପର୍କିତ ଏକ ଆଲୋଚନା ଚକ୍ର ବାଙ୍ଗାଲୋରସ୍ଥିତ ଖାତିସମ୍ପନ୍ନ ଏସିଆ ବେଦିକ୍ ରିସର୍ଚ ୟୁନ୍ୟୁଭର୍ସିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏସିଆ ବେଦିକ୍ ରିସର୍ଚ ୟୁନ୍ୟୁଭର୍ସିଟି ଉପଦେଷ୍ଠା ଭି. ବାବୁଭିଜୟାନଙ୍କ ଅଧ୍ୟକ୍ଷତାରେ ଏହାକୁ ଆନ୍ଧ୍ର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡ଼ ଜେ ହରିଦୁଶ ଉଦ୍‌ଘାଟନ କରିଥିଲେ । ଏଥିରେ ଅତିଥି ଭାବେ ବିଭିନ୍ନ ଦେଶର ପ୍ରତିନିଧି ସମେତ କଣ୍ଣାଟକ ଓ ଚେନେଇର ବହୁ ବିଚାରପତି, ବୁଦ୍ଧିଜୀବୀ, ଡାକ୍ତର, ଇଞ୍ଜିନିୟର, ଅଧିବକ୍ତା ଓ ମୁରବୀ ସାମିଲ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ସାହୁଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା ।

Read More