ଏକାମ୍ର ନିର୍ବାଚନମଣ୍ଡଳୀରେ କିଏ ପାଇବ ଟିକେଟ୍‌, ପଞ୍ଚାୟତ ନେତା କି ଜିଲ୍ଲା

ଭୁବନେଶ୍ବର- ଏକାମ୍ର ନିର୍ବାଚନମଣ୍ଡଳୀରେ କଂଗ୍ରେସରୁ କିଏ ପାଇବ ଟିକେଟ୍‌ । ଗୋଟିଏ ପଟେ ସରକାରୀ ଦଳରେ ସରପଞ୍ଚ ପାଇଁ ଭାଇକୁ ଠିଆ କରାଇ ହାରିଥିବା ପ୍ରଶାନ୍ତ ଚମ୍ପତି ଓ ଅନ୍ୟପଟେ ବିଜୁ ବାବୁଙ୍କ ପ୍ରୀୟ ଯୁବ ନେତା ସ୍ବର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ତ୍ସୀ ରଶ୍ମୀ ମହାପାତ୍ର । ପ୍ରଶାନ୍ତ ଚମ୍ପତି ପୂର୍ବରୁ ଶିଶୁପାଳଗଡ଼ରେ ସମିତି ସଭ୍ୟ ହୋଇଥିଲେ। ଏଥି ସହ ତାଙ୍କ ଶିଶଉପାଳଗଡ଼ ପଞ୍ଚାୟତରେ ନିଜ ଭାଉଜଙ୍କୁ ଠିଆ କରାଇଥିଲେ। ତେବେ ଶିଶୁପାଳଗଡ଼ ପଞ୍ଚାୟତ ବ୍ୟତୀତ ଅନ୍ୟ କେଉଁଠାରେ ସଂଘଠନ ଅଛି କି ନାହିଁ ତାହା ସମସ୍ତଙ୍କୁ ଜଣା। ଜିଲ୍ଲା କଂଗେସ ସଭାପତି ବିଶ୍ବଜିତ୍‌ ଦାଶଙ୍କ ବନ୍ଧୁ ହୋଇଥିବାରୁ ପ୍ରଶାନ୍ତ ଚମ୍ପତି ଟିକେଟ୍‌ ପାଇବାକୁ ଆଶା କରିଛନ୍ତି। ହେଲେ ଟିକେଟ୍‌ ଯିଏ ପାଇବ ବିଶ୍ବଜିତ ତାଙ୍କୁ ସାହଯ୍ୟ କରିବେ ବୋଲି ଜଣାପଡ଼ିଛି। ଏପଟେ ଏକାମ୍ରରେ କଂଗ୍ରେସ ସଂଘଠନକୁ…

Read More

ଯୁବ ଆଇନଜୀବୀ ତଥା ଯୁବ ସମାଜସେବୀ ଅଶୋକ କୁମାର ବଡ଼ପଣ୍ଡାଙ୍କୁ ‘ଚନ୍ଦ୍ରଶେଖର ପତି ସ୍ମୃତି ସମ୍ମାନ’

ଭୁବନେଶ୍ଵର : ବିଶିଷ୍ଟ ଶିକ୍ଷାବିତ୍, ସଂସ୍କାର, ସଂଗଠକ ଓ ଜନସେବୀ ସ୍ଵର୍ଗତ ଚନ୍ଦ୍ର ଶେଖର ପତିଙ୍କର ୬୦ତମ ପୁଣ୍ୟ ଜନୟନ୍ତୀ ଉପଲକ୍ଷେ ଯୁବ ଆଇନଜୀବୀ ତଥା ଯୁବ ସମାଜସେବୀ ଅଶୋକ କୁମାର ବଡ଼ପଣ୍ଡାଙ୍କୁ ‘ଚନ୍ଦ୍ରଶେଖର ପତି ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଶ୍ରୀ ବଡ଼ପଣ୍ଡା ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ପାରିନଥିବାରୁ ପୂର୍ବତନ ପ୍ରଶାସକ ରଘୁନାଥ ମିଶ୍ର ଏହି ସମ୍ମାନ ପ୍ରଦାନ କରିଥିଲେ। ଶ୍ରୀ ପ୍ରଧାନ ଏହି ଅବସରରେ ଶ୍ରୀଯୁକ୍ତ ମିଶ୍ରଙ୍କୁ କୃତଜ୍ଞତା ଜଣାଇବା ସହ ସ୍ବର୍ଗତ ପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Read More

ଯୁବ ଆଇନଜୀବୀ ତଥା ଯୁବ ନେତା ମଦନ ମୋହନ ପ୍ରଧାନଙ୍କୁ ଚନ୍ଦ୍ର ଶେଖର ପତି ସ୍ମୃତି ସମ୍ମାନ

ଭୁବନେଶ୍ଵର : ବିଶିଷ୍ଟ ଶିକ୍ଷାବିତ୍, ସଂସ୍କାର, ସଂଗଠକ ଓ ଜନସେବୀ ସ୍ଵର୍ଗତ ଚନ୍ଦ୍ର ଶେଖର ପତିଙ୍କର ୬୦ତମ ପୁଣ୍ୟ ଜନୟନ୍ତୀ ଉପଲକ୍ଷେ ଯୁବ ଆଇନଜୀବୀ ତଥା ଯୁବ ନେତା ମଦନ ମୋହନ ପ୍ରଧାନଙ୍କୁ ‘ଚନ୍ଦ୍ରଶେଖର ପତି ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଶ୍ରୀ ପ୍ରଧାନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ପାରିନଥିବାରୁ ପୂର୍ବତନ ପ୍ରଶାସକ ରଘୁନାଥ ମିଶ୍ର ଏହି ସମ୍ମାନ ପ୍ରଦାନ କରିଥିଲେ। ଶ୍ରୀ ପ୍ରଧାନ ଏହି ଅବସରରେ ଶ୍ରୀଯୁକ୍ତ ମିଶ୍ରଙ୍କୁ କୃତଜ୍ଞତା ଜଣାଇବା ସହ ସ୍ବର୍ଗତ ପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Read More

ମହିଳା ଆଇନଜୀବୀଙ୍କ ଦ୍ୱାରା ମହିଳା ଦିବସ

ଭୁବନେଶ୍ୱର,୯/୩:  ଅଲ ଓମେନ୍ସ ଆଡଭୋକେଟ୍ ଫୋରମ ଏବଂ ଆଖିଲ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଞ୍ଚ ମିଳିତ ଅନୁକୂଳରେ ଆର୍ନ୍ତଜାତୀୟ ମହିଳା ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫୋରମର ଅଧକ୍ଷା ହରପ୍ରିୟା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଭିସି ଡ଼ ସବିତା ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ୱିବେଦୀ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରାଜ୍ୟ ଆଇନଜୀବୀ ପରିଷଦର ସଭ୍ୟ ବିଭୂ ପ୍ରସାଦ ତ୍ରିପାଠୀ, ପ୍ରମୁଖ ଯୋଗ ଦେଇଥିଲେ ।  ସ୍ୱର୍ଗତ ଆଇନଜୀବୀ ଶାନ୍ତିପ୍ରୀୟା ପଟ୍ଟନାୟଙ୍କ ସ୍ମୃତିରେ ବରିଷ୍ଠ ମହିଳା ଆଇନଜୀବୀ ତଥା ହାଇକୋର୍ଟର ଭାରତୀ ଦାଶ, କାନନବାଳା ରାୟ ଚୌଧୁରୀ, ଭୁବନେଶ୍ୱର କୋର୍ଟର ବିଶେଶ୍ୱୋରୀ ମହନ୍ତିଙ୍କ ଶ୍ରେଷ୍ଠ ମହିଳା ଆଇନଜୀବୀ ଭାବେ ସମ୍ମାନୀତ କରାଯାଇଥିଲା ।…

Read More

ଲୋୟର ପିଏମ୍‌ଜିରେ ଗର୍ଜିଲେ ସାମ୍ବାଦିକ, ରାଜ୍ୟରେ ଆନ୍ଦୋଳନ ତୀବ୍ର ହେବ ଚେତାବନୀ 

ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ମୌଳିକ ଦାବି ନେଇ ବୁଧବାର ରାଜ୍ୟର ପ୍ରାୟ ଦୁଇ ହଜାର ସାମ୍ବାଦିକ ବିଧାନସଭା ଘେରାଉ କରିଛନ୍ତି । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସାମ୍ବାଦିକବର୍ଗ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ କ୍ରମାଗତ ଭାବେ ବିିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମୂହକୁ ଉପସ୍ଥାପନ କରି ଆସୁଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ମିଳିପାରି ନାହିଁ । ଦାବିଗୁଡ଼ିକ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକଙ୍କୁ ପେନସନ ପ୍ରଦାନ, ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୨୫ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନମାନଙ୍କୁ ସାମିଲ୍ କରାଯିବା, ମିଡ଼ିଆ ଏକାଡ଼େମୀ ଗଠନ କରିବା, ଅଧିସ୍ୱୀକୃତି କମିଟି ପୁନର୍ଗଠନ ଓ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ…

Read More

ଭିନ୍ନକ୍ଷମ ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ, ଭାଷା ଓ ସଂଗୀତ ସହ ରହିଛି ଅନେକ ସମ୍ପର୍କ

ଭୁବନେଶ୍ୱର,୨/୪:  ଭାଷା ଓ ସଂଗୀତ ସହ ରହିଛି ଅନେକ ସମ୍ପର୍କ । ସଂଗୀତ ପରିବେଷଣ ପାଇଁ ଭାଷା ବଡ଼ ମାଧ୍ୟମ ବୋଲି ବିଶିଷ୍ଟବ୍ୟକ୍ତିମାନ କହିଛନ୍ତି। ପାରମ୍ଫାରିକ ସଙ୍ଗୀତ ଅନୁଷ୍ଠାନ ତରଫରୁ ତବଲା ଶିକ୍ଷା କରୁଥିବା ଭିନ୍ନକ୍ଷମ ପିଲାମାନଙ୍କୁ ନେଇ ସ୍ଥାନୀୟ କେଦାରଗୌରୀ ଗୁଆଝର ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହାକୁ ବିଧାୟକ  ସୁରେଶ କୁମାର ରାଉତରାୟ ଉଦ୍‌ଘାଟନ କରିଥିବା ବେଳେ ଅତିଥି ଭାବେ ଗୁରୁ ଦେବେନ୍ଦ୍ର ଶତପଥି, ଓଡ଼ିଆ ଚଳଚିତ୍ର ଗାୟିକା ସାଗରିକା ପଟ୍ଟନାୟକ, କ୍ୟାପିଟାଲ ହସପିଟାଲର ଶିଶୁ ବିଭାଗର ମୁଖ୍ୟ ଛାୟାକାନ୍ତ ଗୌଡ଼, ଗୀତାର ବାଦକ ଗୁରୁ ସଦାଶିବ ଦାସ, ଗୁରୁ ଜିତେନ୍ଦ୍ରନାଥ ବେହେରା, ଗାୟିକା କ୍ରିଷ୍ଣା ଶତପଥି, ତବଲା ଶିକ୍ଷକ ଗୁରୁ ପଦ୍ମ ଚରଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ନମନ, ଓମ୍‌, ବାସୁ, ଗୁଗୁଲ, ସୋହାନ,…

Read More

ଓଡ଼ିଆ ଭାଷାକୁ ଆୟୁଧ କରି ରାଜ୍ୟ ଗଠନର ପ୍ରମୁଖ ବିନ୍ଧାଣିଥିଲେ ମଧୁ ବାବୁ,

ମଧୁ ବାବୁଙ୍କୁ ମିଳିନି ଯଥୋଚିତ ସମ୍ମାନ, ଓଡ଼ିଆ ବର୍ଣ୍ଣୋବଧ ପୁସ୍ତକ ସହ ମଧୁ ବାବୁଙ୍କ ଫଟୋ ପ୍ରଦାନ ଶୁଭାରମ୍ଭ, ସଂସଦ ଭବନରେ ପ୍ରତିମୂର୍ତ୍ତି, ନାମରେ ଚାଲୁ ଟ୍ରେନ୍‌, ଜୟନ୍ତୀ ହେଉ ଛୁଟି ଘୋଷଣା ଭୁବନେଶ୍ୱର,୪/୨: ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଗୌରବାନୀତ କରିଥିଲେ ଭାରତ ଗୌରବ ମଧୁସୂଦନ ଦାସ । ସେଥିପାଇଁ ତାଙ୍କୁ ନୂତନ ଓଡ଼ିଶାର ନିର୍ମାତା ଓ ଜନକ କୁହାଯାଏ । ଓଡ଼ିଆ ଭାଷାକୁ ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ଅଧିକ ଅଧ୍ୟୟନ କରାଇବା ସହ ମଧୁ ବାବୁଙ୍କ ସମ୍ପର୍କରେ ସଭିଁଏ ଜାଣିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏଥି ପାଇଁ ମଧୁ ବାବୁଙ୍କ ମହାପରାୟଣ ଦିବସରେ ବିଭିନ୍ନ ବେସରାକରୀ ବିଦ୍ୟାଳୟକୁ ମଧୁ ବର୍ଣ୍ଣବୋଧ ପୁସ୍ତକ ପ୍ରଦାନ ସହ ମଧୁ ବାବୁଙ୍କ ଫଟୋ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି…

Read More

ରାଜ୍ୟ ଆଇନଜୀବୀ ପରିଷଦ କାର୍ଯ୍ୟ ର୍ନୀବାହୀରେ ଭୁବନେଶ୍ବରରୁ ୨ଜଣ ନିର୍ବାଚିତ ଭୁବନେଶ୍ୱର,୨୪/୧: ରାଜ୍ୟ ଆଇନଜୀବୀ ମାନଙ୍କ ନିୟାମକ ସଂସ୍ଥା ରାଜ୍ୟ ଆଇନଜୀବୀ ପରିଷଦର ୨୫ଜଣ ସଦସ୍ୟଙ୍କ ମଧ୍ୟରୁ ୫ଜଣ କାର୍ଯ୍ୟକାରୀ କିମିଟିକୁ ନିର୍ବାଚିତ ହୋଇଛନ୍ତି। ସେଥି ମଧ୍ୟରୁ ଭୁବନେଶ୍ବରରୁ ୨ଜଣ ଆଇନଜୀବୀ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ବିଭୂ ପ୍ରସାଦ ତ୍ରିପାଠୀ ଓ ତପନ କୁମାର ବିଶ୍ବାଳ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନକୁ ହାଇକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ରିଏଲ ଇଷ୍ଟେଟ୍ ରେଗୁଲେଟାରୀ ଅଥରିଟି(ରେରା)ର ଅଧ୍ୟକ୍ଷ ଜଷ୍ଟିସ୍‌ ପ୍ରମୋଥ ପଟ୍ଟନାୟକ ପରିଚାଳଣା କରିଥିଲେ। ନିକଟରେ  ରାଜ୍ୟ ଆଇନଜୀବୀ ପରିଷଦକୁ ୨୫ସଦସ୍ୟଙ୍କୁ ନିର୍ବାଚିତ ହୋଇଥିବା ବେଳେ ସିଂତାଶୁ ମୋହନ ଦ୍ବିବେଦୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଲୟର୍ସ ଫେରମ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

Read More

ଲିଙ୍ଗରାଜ ସାହୁଙ୍କୁ ସମ୍ମାନଜନକ ଡକ୍ଟରେଟ୍ 

ଭୁବନେଶ୍ୱର,୨/୬: ବେଦର ଆବଶ୍ୟକତା ସମ୍ପର୍କିତ ଏକ ଆଲୋଚନା ଚକ୍ର ବାଙ୍ଗାଲୋରସ୍ଥିତ ଖାତିସମ୍ପନ୍ନ ଏସିଆ ବେଦିକ୍ ରିସର୍ଚ ୟୁନ୍ୟୁଭର୍ସିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏସିଆ ବେଦିକ୍ ରିସର୍ଚ ୟୁନ୍ୟୁଭର୍ସିଟି ଉପଦେଷ୍ଠା ଭି. ବାବୁଭିଜୟାନଙ୍କ ଅଧ୍ୟକ୍ଷତାରେ ଏହାକୁ ଆନ୍ଧ୍ର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡ଼ ଜେ ହରିଦୁଶ ଉଦ୍‌ଘାଟନ କରିଥିଲେ । ଏଥିରେ ଅତିଥି ଭାବେ ବିଭିନ୍ନ ଦେଶର ପ୍ରତିନିଧି ସମେତ କଣ୍ଣାଟକ ଓ ଚେନେଇର ବହୁ ବିଚାରପତି, ବୁଦ୍ଧିଜୀବୀ, ଡାକ୍ତର, ଇଞ୍ଜିନିୟର, ଅଧିବକ୍ତା ଓ ମୁରବୀ ସାମିଲ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ସାହୁଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା ।

Read More