ଭୁବନେଶ୍ବର ସାମ୍ବାଦିକ ସଂଘ, ପ୍ରତାପ ଚନ୍ଦ୍ର ପ୍ରଧାନ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ଭୁବନେଶ୍ବର (ମୁଖ୍ୟ ଖବର): ଉତ୍କଳ ସାମ୍ବାଦିକ ସଂଘ ସହବନ୍ଧିତ ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ନିର୍ବାଚନ ପ୍ରକ୍ରିୟା ଉତ୍କଳ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେ ଏକକ ମନୋନୟନ ପତ୍ର ଦାଖଲ କରିଥିଲେ। ତାଙ୍କ ବିପକ୍ଷରେ ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାରୁ ପ୍ରତାପ ପୁନର୍ବାର ନିର୍ଦ୍ବନ୍ଦ୍ବରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଭୁବନେଶ୍ବର ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଶୁଭେଚ୍ଛା ଜଣାଇଛନ୍ତି।  ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭୂବନେଶ୍ବର ସାମ୍ବାଦିକ ସଂଘର ସଭାପତି ଭାବେ ମୋତେ ପୁନଃ ନିର୍ବାଚିତ କରିଥିବାରୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଛି। ସଂଘର…

Read More

Sambadika Milita Mancha submits demand letters to BJP & Congress in Delhi for inclusion of Journalist protection bill in poll manifesto

Bhubaneswar: The long standing demand of the journalists has not been fulfilled. Introduction of Journalists’ Protection Bill should be included in the poll manifesto of the Bharatiya Janata Party. The Sambadika Milita Mancha (Joint Forum of Journalists’ Associations) has demanded to declare a special law for the protection of journalists. For this, a demand letter has been submitted to Lata Usendi Ji, who is the Co- Incharge of the BJP at the BJP office in New Delhi. A representative congregation led by the convenor of the Mancha Dr Lingaraj Sahoo…

Read More

ସାମ୍ବାଦିକଙ୍କ ପାଇଁ ସରକାର ଘୋଷଣା କରନ୍ତୁ        

ଭୁବନେଶ୍ୱର,୧୩/୩ : ନିର୍ବାଚନ ପୂର୍ବରୁ ସବୁ ସଂଘ ଓ କର୍ମଚାରୀଙ୍କ ଦାବି ଶୁଣିଲେ ସରକାର । ଏପରିକି ଯେଉଁମାନେ ଦାବି କରିନାହାଁନ୍ତି ସେମାନଙ୍କ ଦରମା ବୃଦ୍ଧି କରିଛି ସରକାର । ତେବେ କେବଳ ସାମ୍ବାଦିକଙ୍କ ଦାବି ପୂରଣ ହୋଇନାହିଁ । ନିର୍ବାଚନ ଘୋଷଣା ପୂର୍ବରୁ ତୁରନ୍ତ ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ନିମନ୍ତେ ଘୋଷଣା କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ । ଏଥି ପାଇଁ ରାଜ୍ୟ ସରକାର ତୁରନ୍ତ କମିଟି ଘୋଷଣା କରିବାକୁ ମଂଚର ଆବାହକ ଡ଼ ଲିଙ୍ଗରାଜ ସାହୁ ଦାବି କରିଛନ୍ତି । ଶ୍ରୀ କହିଛନ୍ତି ଯେ, ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ତୁରନ୍ତ କରିବା ଆବଶ୍ୟକ ରହିଛି । ବିଭିନ୍ନ ସାମ୍ବାଦିକଙ୍କ…

Read More

ଏକାମ୍ର ନିର୍ବାଚନମଣ୍ଡଳୀରେ କିଏ ପାଇବ ଟିକେଟ୍‌, ପଞ୍ଚାୟତ ନେତା କି ଜିଲ୍ଲା

ଭୁବନେଶ୍ବର- ଏକାମ୍ର ନିର୍ବାଚନମଣ୍ଡଳୀରେ କଂଗ୍ରେସରୁ କିଏ ପାଇବ ଟିକେଟ୍‌ । ଗୋଟିଏ ପଟେ ସରକାରୀ ଦଳରେ ସରପଞ୍ଚ ପାଇଁ ଭାଇକୁ ଠିଆ କରାଇ ହାରିଥିବା ପ୍ରଶାନ୍ତ ଚମ୍ପତି ଓ ଅନ୍ୟପଟେ ବିଜୁ ବାବୁଙ୍କ ପ୍ରୀୟ ଯୁବ ନେତା ସ୍ବର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ତ୍ସୀ ରଶ୍ମୀ ମହାପାତ୍ର । ପ୍ରଶାନ୍ତ ଚମ୍ପତି ପୂର୍ବରୁ ଶିଶୁପାଳଗଡ଼ରେ ସମିତି ସଭ୍ୟ ହୋଇଥିଲେ। ଏଥି ସହ ତାଙ୍କ ଶିଶଉପାଳଗଡ଼ ପଞ୍ଚାୟତରେ ନିଜ ଭାଉଜଙ୍କୁ ଠିଆ କରାଇଥିଲେ। ତେବେ ଶିଶୁପାଳଗଡ଼ ପଞ୍ଚାୟତ ବ୍ୟତୀତ ଅନ୍ୟ କେଉଁଠାରେ ସଂଘଠନ ଅଛି କି ନାହିଁ ତାହା ସମସ୍ତଙ୍କୁ ଜଣା। ଜିଲ୍ଲା କଂଗେସ ସଭାପତି ବିଶ୍ବଜିତ୍‌ ଦାଶଙ୍କ ବନ୍ଧୁ ହୋଇଥିବାରୁ ପ୍ରଶାନ୍ତ ଚମ୍ପତି ଟିକେଟ୍‌ ପାଇବାକୁ ଆଶା କରିଛନ୍ତି। ହେଲେ ଟିକେଟ୍‌ ଯିଏ ପାଇବ ବିଶ୍ବଜିତ ତାଙ୍କୁ ସାହଯ୍ୟ କରିବେ ବୋଲି ଜଣାପଡ଼ିଛି। ଏପଟେ ଏକାମ୍ରରେ କଂଗ୍ରେସ ସଂଘଠନକୁ…

Read More

ଯୁବ ଆଇନଜୀବୀ ତଥା ଯୁବ ସମାଜସେବୀ ଅଶୋକ କୁମାର ବଡ଼ପଣ୍ଡାଙ୍କୁ ‘ଚନ୍ଦ୍ରଶେଖର ପତି ସ୍ମୃତି ସମ୍ମାନ’

ଭୁବନେଶ୍ଵର : ବିଶିଷ୍ଟ ଶିକ୍ଷାବିତ୍, ସଂସ୍କାର, ସଂଗଠକ ଓ ଜନସେବୀ ସ୍ଵର୍ଗତ ଚନ୍ଦ୍ର ଶେଖର ପତିଙ୍କର ୬୦ତମ ପୁଣ୍ୟ ଜନୟନ୍ତୀ ଉପଲକ୍ଷେ ଯୁବ ଆଇନଜୀବୀ ତଥା ଯୁବ ସମାଜସେବୀ ଅଶୋକ କୁମାର ବଡ଼ପଣ୍ଡାଙ୍କୁ ‘ଚନ୍ଦ୍ରଶେଖର ପତି ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଶ୍ରୀ ବଡ଼ପଣ୍ଡା ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ପାରିନଥିବାରୁ ପୂର୍ବତନ ପ୍ରଶାସକ ରଘୁନାଥ ମିଶ୍ର ଏହି ସମ୍ମାନ ପ୍ରଦାନ କରିଥିଲେ। ଶ୍ରୀ ପ୍ରଧାନ ଏହି ଅବସରରେ ଶ୍ରୀଯୁକ୍ତ ମିଶ୍ରଙ୍କୁ କୃତଜ୍ଞତା ଜଣାଇବା ସହ ସ୍ବର୍ଗତ ପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Read More

ଯୁବ ଆଇନଜୀବୀ ତଥା ଯୁବ ନେତା ମଦନ ମୋହନ ପ୍ରଧାନଙ୍କୁ ଚନ୍ଦ୍ର ଶେଖର ପତି ସ୍ମୃତି ସମ୍ମାନ

ଭୁବନେଶ୍ଵର : ବିଶିଷ୍ଟ ଶିକ୍ଷାବିତ୍, ସଂସ୍କାର, ସଂଗଠକ ଓ ଜନସେବୀ ସ୍ଵର୍ଗତ ଚନ୍ଦ୍ର ଶେଖର ପତିଙ୍କର ୬୦ତମ ପୁଣ୍ୟ ଜନୟନ୍ତୀ ଉପଲକ୍ଷେ ଯୁବ ଆଇନଜୀବୀ ତଥା ଯୁବ ନେତା ମଦନ ମୋହନ ପ୍ରଧାନଙ୍କୁ ‘ଚନ୍ଦ୍ରଶେଖର ପତି ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଶ୍ରୀ ପ୍ରଧାନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ପାରିନଥିବାରୁ ପୂର୍ବତନ ପ୍ରଶାସକ ରଘୁନାଥ ମିଶ୍ର ଏହି ସମ୍ମାନ ପ୍ରଦାନ କରିଥିଲେ। ଶ୍ରୀ ପ୍ରଧାନ ଏହି ଅବସରରେ ଶ୍ରୀଯୁକ୍ତ ମିଶ୍ରଙ୍କୁ କୃତଜ୍ଞତା ଜଣାଇବା ସହ ସ୍ବର୍ଗତ ପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Read More

ମହିଳା ଆଇନଜୀବୀଙ୍କ ଦ୍ୱାରା ମହିଳା ଦିବସ

ଭୁବନେଶ୍ୱର,୯/୩:  ଅଲ ଓମେନ୍ସ ଆଡଭୋକେଟ୍ ଫୋରମ ଏବଂ ଆଖିଲ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଞ୍ଚ ମିଳିତ ଅନୁକୂଳରେ ଆର୍ନ୍ତଜାତୀୟ ମହିଳା ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫୋରମର ଅଧକ୍ଷା ହରପ୍ରିୟା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଭିସି ଡ଼ ସବିତା ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ୱିବେଦୀ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରାଜ୍ୟ ଆଇନଜୀବୀ ପରିଷଦର ସଭ୍ୟ ବିଭୂ ପ୍ରସାଦ ତ୍ରିପାଠୀ, ପ୍ରମୁଖ ଯୋଗ ଦେଇଥିଲେ ।  ସ୍ୱର୍ଗତ ଆଇନଜୀବୀ ଶାନ୍ତିପ୍ରୀୟା ପଟ୍ଟନାୟଙ୍କ ସ୍ମୃତିରେ ବରିଷ୍ଠ ମହିଳା ଆଇନଜୀବୀ ତଥା ହାଇକୋର୍ଟର ଭାରତୀ ଦାଶ, କାନନବାଳା ରାୟ ଚୌଧୁରୀ, ଭୁବନେଶ୍ୱର କୋର୍ଟର ବିଶେଶ୍ୱୋରୀ ମହନ୍ତିଙ୍କ ଶ୍ରେଷ୍ଠ ମହିଳା ଆଇନଜୀବୀ ଭାବେ ସମ୍ମାନୀତ କରାଯାଇଥିଲା ।…

Read More

ଶତୟୁଙ୍କ ଜନ୍ମଦିନ ପାଳିଲେ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ବର,୧୨/୩- ବୟସ ୧୦୦ ଛୁଇଁଲାଣି। ତଥାପି ଏଯାଏ ସେ ସୁସ୍ଥ ଓ ନିରୋଗ। ବିନା ଚଷମାରେ ଖବରକାଗଜ ଓ ବହି ପଢ଼ୁଛନ୍ତି। ‌ଦୈନନ୍ଦିନ ଜୀବନଶୈଳୀ ବି ଅତି ସ୍ବତନ୍ତ୍ର। ଖାଦ୍ୟ ଓ ସ୍ବାସ୍ଥ୍ୟ ପ୍ରତି ସେ ବେଶ୍ ସଚେତନ। ପ୍ରତିଦିନ ଭୋର୍‌ରେ ଉଠି ନିତ୍ୟକର୍ମ ସାରିନ୍ତି। ଏକପ୍ରକାର ସୁସ୍ଥ ଜୀବନ ବିତାଉଥିବା ଏହି ଶତାୟୁ ହେଉଛନ୍ତି ଶାରୀ ରାଉତ। ବର୍ତ୍ତମାନ ତିନିପୁଅ, ନାତି, ନାତୁଣୀଙ୍କ ଗହଣରେ ତାଙ୍କର ଜୀବନ କଟୁଛି। ପରିବାରର ସବୁଠୁ ବୟୋଜ୍ୟେଷ୍ଠ ସଦସ୍ୟ ଶାରୀଙ୍କ ପ୍ରତି ସମସ୍ତଙ୍କ ଯଥେଷ୍ଟ ସମ୍ମାନ, ‌ସ୍ନେହ ଓ ଶ୍ରଦ୍ଧା ରହିଛି। ସେ ନିଜ ପରିବାର ସଦସ୍ୟଙ୍କ ସମେତ ସ୍ଥାନୀୟବାସୀନ୍ଦାଙ୍କୁ ବି ବେଶ୍ ଭଲପାଆନ୍ତି। ଏଥିପାଇଁ ଆବାଳବୃଦ୍ଧବନିତାଙ୍କ ମହଲରେ ସେ ‘ଶାରୀଅପା’ ଭାବେ ସୁପରିଚିତ। ଧର୍ମ କଥା ଶୁଣିବା ଓ ଠାକୁରଙ୍କ ସମ୍ପର୍କରେ ଆଲୋଚନା କରି ତାଙ୍କ ଜୀବନ ଅତିବାହିତ…

Read More

ଜମି ଦେବା ନାଁରେ ୭୨ ଲକ୍ଷ ଠକେଇ ଘଟଣା,  ଠକ ଜମି ମାଲିକ ଜାମାନ୍‌ ନାମଞ୍ଜୁର, ପୁତୁରା ଗିରଫ

ଭୁବନେଶ୍ୱର,୨୨/୨ : ଜମି ମାଲିକ ହୋଇ ଠକେଇ କରିଥିବା ବ୍ୟକ୍ତିର ଜାମିନ୍‌ ନାମଞ୍ଜୁର ହୋଇଥିବା ବେଳେ ଏପଟେ ଠକର ପୁତୁରା ଗିରଫ। ଚନ୍ଦକା ଅଞ୍ଚଳରେ ଏକ ଜମି ବିକ୍ରି କରିବାକୁ କହି ଜଣେ ବିଭୂତି ଭୂଷଣ ମହାପାତ୍ର ନାମକ ବ୍ୟକ୍ତିଙ୍କ ଠାରୁ ଦୁଇ ଥରରେ ୭୨ ଲକ୍ଷ ଟଙ୍କା ଚଳୁ କରି ପରେ ଜମି ଦେବାକୁ ଭୂଆଁ ବୁଲାଉଥୁବା ଚନ୍ଦକା ଜେନା ସାହିର ଗୁରୁଚରଣ ନରେନ୍ଦ୍ର ନାମକ ଠକ ଜମି ମାଲିକକୁ ଗତ ଫେବୁଆରୀ ୭ତାରିଖରେ ଗିରଫ କରିଥିଲା ବଡ଼ଗଡ଼ ଥାନା ପୁଲିସ । ପରେ ପୁଲିସ ଥାନା କେସ ନମ୍ବର ୪୬୫ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଦଫା ୪୨୦, ୫୦୬, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରିଥିଲା। ହେଲେ ଆଜି ମାନ୍ୟବର (ସିବିଆଇ) ସ୍ପେଶାଲ ଜର୍ଜ, କୋର୍ଟ ନଂ୧ ତଥା ଅତିରିକ୍ତ ସେସନ୍‌…

Read More

ଭିନ୍ନକ୍ଷମ ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ, ଭାଷା ଓ ସଂଗୀତ ସହ ରହିଛି ଅନେକ ସମ୍ପର୍କ

ଭୁବନେଶ୍ୱର,୨/୪:  ଭାଷା ଓ ସଂଗୀତ ସହ ରହିଛି ଅନେକ ସମ୍ପର୍କ । ସଂଗୀତ ପରିବେଷଣ ପାଇଁ ଭାଷା ବଡ଼ ମାଧ୍ୟମ ବୋଲି ବିଶିଷ୍ଟବ୍ୟକ୍ତିମାନ କହିଛନ୍ତି। ପାରମ୍ଫାରିକ ସଙ୍ଗୀତ ଅନୁଷ୍ଠାନ ତରଫରୁ ତବଲା ଶିକ୍ଷା କରୁଥିବା ଭିନ୍ନକ୍ଷମ ପିଲାମାନଙ୍କୁ ନେଇ ସ୍ଥାନୀୟ କେଦାରଗୌରୀ ଗୁଆଝର ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହାକୁ ବିଧାୟକ  ସୁରେଶ କୁମାର ରାଉତରାୟ ଉଦ୍‌ଘାଟନ କରିଥିବା ବେଳେ ଅତିଥି ଭାବେ ଗୁରୁ ଦେବେନ୍ଦ୍ର ଶତପଥି, ଓଡ଼ିଆ ଚଳଚିତ୍ର ଗାୟିକା ସାଗରିକା ପଟ୍ଟନାୟକ, କ୍ୟାପିଟାଲ ହସପିଟାଲର ଶିଶୁ ବିଭାଗର ମୁଖ୍ୟ ଛାୟାକାନ୍ତ ଗୌଡ଼, ଗୀତାର ବାଦକ ଗୁରୁ ସଦାଶିବ ଦାସ, ଗୁରୁ ଜିତେନ୍ଦ୍ରନାଥ ବେହେରା, ଗାୟିକା କ୍ରିଷ୍ଣା ଶତପଥି, ତବଲା ଶିକ୍ଷକ ଗୁରୁ ପଦ୍ମ ଚରଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ନମନ, ଓମ୍‌, ବାସୁ, ଗୁଗୁଲ, ସୋହାନ,…

Read More