ମଧୁ ବାବୁଙ୍କୁ ମିଳିନି ଯଥୋଚିତ ସମ୍ମାନ, ଓଡ଼ିଆ ବର୍ଣ୍ଣୋବଧ ପୁସ୍ତକ ସହ ମଧୁ ବାବୁଙ୍କ ଫଟୋ ପ୍ରଦାନ ଶୁଭାରମ୍ଭ, ସଂସଦ ଭବନରେ ପ୍ରତିମୂର୍ତ୍ତି, ନାମରେ ଚାଲୁ ଟ୍ରେନ୍, ଜୟନ୍ତୀ ହେଉ ଛୁଟି ଘୋଷଣା ଭୁବନେଶ୍ୱର,୪/୨: ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଗୌରବାନୀତ କରିଥିଲେ ଭାରତ ଗୌରବ ମଧୁସୂଦନ ଦାସ । ସେଥିପାଇଁ ତାଙ୍କୁ ନୂତନ ଓଡ଼ିଶାର ନିର୍ମାତା ଓ ଜନକ କୁହାଯାଏ । ଓଡ଼ିଆ ଭାଷାକୁ ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ଅଧିକ ଅଧ୍ୟୟନ କରାଇବା ସହ ମଧୁ ବାବୁଙ୍କ ସମ୍ପର୍କରେ ସଭିଁଏ ଜାଣିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏଥି ପାଇଁ ମଧୁ ବାବୁଙ୍କ ମହାପରାୟଣ ଦିବସରେ ବିଭିନ୍ନ ବେସରାକରୀ ବିଦ୍ୟାଳୟକୁ ମଧୁ ବର୍ଣ୍ଣବୋଧ ପୁସ୍ତକ ପ୍ରଦାନ ସହ ମଧୁ ବାବୁଙ୍କ ଫଟୋ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି…
Read MoreCategory: TWIN CITY
ରାଜ୍ୟ ଆଇନଜୀବୀ ପରିଷଦ କାର୍ଯ୍ୟ ର୍ନୀବାହୀରେ ଭୁବନେଶ୍ବରରୁ ୨ଜଣ ନିର୍ବାଚିତ ଭୁବନେଶ୍ୱର,୨୪/୧: ରାଜ୍ୟ ଆଇନଜୀବୀ ମାନଙ୍କ ନିୟାମକ ସଂସ୍ଥା ରାଜ୍ୟ ଆଇନଜୀବୀ ପରିଷଦର ୨୫ଜଣ ସଦସ୍ୟଙ୍କ ମଧ୍ୟରୁ ୫ଜଣ କାର୍ଯ୍ୟକାରୀ କିମିଟିକୁ ନିର୍ବାଚିତ ହୋଇଛନ୍ତି। ସେଥି ମଧ୍ୟରୁ ଭୁବନେଶ୍ବରରୁ ୨ଜଣ ଆଇନଜୀବୀ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ବିଭୂ ପ୍ରସାଦ ତ୍ରିପାଠୀ ଓ ତପନ କୁମାର ବିଶ୍ବାଳ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନକୁ ହାଇକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ରିଏଲ ଇଷ୍ଟେଟ୍ ରେଗୁଲେଟାରୀ ଅଥରିଟି(ରେରା)ର ଅଧ୍ୟକ୍ଷ ଜଷ୍ଟିସ୍ ପ୍ରମୋଥ ପଟ୍ଟନାୟକ ପରିଚାଳଣା କରିଥିଲେ। ନିକଟରେ ରାଜ୍ୟ ଆଇନଜୀବୀ ପରିଷଦକୁ ୨୫ସଦସ୍ୟଙ୍କୁ ନିର୍ବାଚିତ ହୋଇଥିବା ବେଳେ ସିଂତାଶୁ ମୋହନ ଦ୍ବିବେଦୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଲୟର୍ସ ଫେରମ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।
Read Moreଲିଙ୍ଗରାଜ ସାହୁଙ୍କୁ ସମ୍ମାନଜନକ ଡକ୍ଟରେଟ୍
ଭୁବନେଶ୍ୱର,୨/୬: ବେଦର ଆବଶ୍ୟକତା ସମ୍ପର୍କିତ ଏକ ଆଲୋଚନା ଚକ୍ର ବାଙ୍ଗାଲୋରସ୍ଥିତ ଖାତିସମ୍ପନ୍ନ ଏସିଆ ବେଦିକ୍ ରିସର୍ଚ ୟୁନ୍ୟୁଭର୍ସିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏସିଆ ବେଦିକ୍ ରିସର୍ଚ ୟୁନ୍ୟୁଭର୍ସିଟି ଉପଦେଷ୍ଠା ଭି. ବାବୁଭିଜୟାନଙ୍କ ଅଧ୍ୟକ୍ଷତାରେ ଏହାକୁ ଆନ୍ଧ୍ର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡ଼ ଜେ ହରିଦୁଶ ଉଦ୍ଘାଟନ କରିଥିଲେ । ଏଥିରେ ଅତିଥି ଭାବେ ବିଭିନ୍ନ ଦେଶର ପ୍ରତିନିଧି ସମେତ କଣ୍ଣାଟକ ଓ ଚେନେଇର ବହୁ ବିଚାରପତି, ବୁଦ୍ଧିଜୀବୀ, ଡାକ୍ତର, ଇଞ୍ଜିନିୟର, ଅଧିବକ୍ତା ଓ ମୁରବୀ ସାମିଲ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ସାହୁଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା ।
Read More