ଭୁବନେଶ୍ୱର, ୨୮/୮: ଓମାନ୍ ଦେଶରେ ଅଧ୍ୟାପନା କରୁଥିବା ପ୍ରବାସୀ ଓଡ଼ିଆ ଡକ୍ଟର ଶେଲୀ ମହାନ୍ତିଙ୍କ ଦ୍ଵିତୀୟ ଇଂରାଜୀ ପୁସ୍ତକ ‘କର୍ପୋରେଟ୍ ଲ’ ଆଜି କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ ଲୋକାର୍ପିତ ହୋଇଯାଇଛି । ବରିଷ୍ଠ ପ୍ରଶାସକ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର କୁମରବର ଦାସ ମୁଖ୍ୟ ଅତିଥି ଓ କିଟ୍ ଲ’ ସ୍କୁଲ୍ର ପ୍ରାଧ୍ୟାପକ ଡ. ନବୀନ ଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକର ଲୋକାର୍ପଣ ସହ କର୍ପୋରେଟ୍ ଆଇନ୍ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ବିରଞ୍ଚି ନାରାୟଣ ମିଶ୍ର ବେଦପାଠ ଓ ସୁଶ୍ରୀ ଗାୟତ୍ରୀ ଦାସ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ରମେଶ ଚନ୍ଦ୍ର ପାଣି, ଡ. ଶର୍ମିଷ୍ଠା ମହାପାତ୍ର, ଜୀବନବଲ୍ଲଭ…
Read More