ଭୁବନେଶ୍ୱର,୧୫/୧୧ : କପିଳେଶ୍ବରରେ ଶ୍ରଦ୍ଧାଳୁ ମାନଙ୍କ ବୋଇତ ବନ୍ଦାଣ କରାଯାଇଥିଲା। ପୂର୍ବ ରାତିରେ ବନ୍ଧୁ ମିଳନ କରି କର୍ପୋରେଟର ଓ ସ୍ଥାନୀୟ ଯୁବକ ଜୟକୃଷ୍ଣ ମଲିଆ ମନ ଜିଣିଥିଲେ। ଏହ ପରେ ମଧ୍ୟ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ ବୋଇତ ବନ୍ଦାଣ କରିଥିଲେ। ପରେ କପିଳେଶ୍ବରର ଯୁବକମାନଙ୍କ ଦ୍ବରା ମଣିକର୍ଣ୍ଣିକା ପୁଷ୍କରିଣୀକୁ ସଫେଇ କରାଯାଇଥିଲା। ପୁଷ୍କରିଣୀ କୂଳରେ ଥିବା କଦଳୀବାହୁଙ୍ଗା, ସୋଲ ଓ କାଗଜ ଡଙ୍ଗାକୁ ସଫେଇ କରାଯାଇଥିଲା । ସ୍ଵେଚ୍ଛାସେବୀ ଏକାଠି ହୋଇ ପ୍ଲାଷ୍ଟିକ, ସୋଲ ଏବଂ କୃତିମ ରଙ୍ଗରେ ପ୍ରସ୍ତୁତ ବୋଇତ ଜଳାଶୟକୁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଫେଇ କରିଥିଲେ। ସ୍ଥାନୀୟ କର୍ପୋରେଟର ସମାଜସେବୀ ଚନ୍ଦ୍ର ଶେଖର ମଲିଆଙ୍କ ସଂଯୋଜନାରେ ବହୁ ଯୁବକ ଓ ଯୁବତୀ ସାମିଲ ହୋଇଥିଲେ। ଜୟକୃଷ୍ଣ ମଲିଆ ଏହାକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟ ପାଇଁ ବିଭିନ୍ନ…
Read More