ରାଜ୍ୟ ଆଇନଜୀବୀ ପରିଷଦ କାର୍ଯ୍ୟ ର୍ନୀବାହୀରେ ଭୁବନେଶ୍ବରରୁ ୨ଜଣ ନିର୍ବାଚିତ
ଭୁବନେଶ୍ୱର,୨୪/୧: ରାଜ୍ୟ ଆଇନଜୀବୀ ମାନଙ୍କ ନିୟାମକ ସଂସ୍ଥା ରାଜ୍ୟ ଆଇନଜୀବୀ ପରିଷଦର ୨୫ଜଣ ସଦସ୍ୟଙ୍କ ମଧ୍ୟରୁ ୫ଜଣ କାର୍ଯ୍ୟକାରୀ କିମିଟିକୁ ନିର୍ବାଚିତ ହୋଇଛନ୍ତି। ସେଥି ମଧ୍ୟରୁ ଭୁବନେଶ୍ବରରୁ ୨ଜଣ ଆଇନଜୀବୀ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ବିଭୂ ପ୍ରସାଦ ତ୍ରିପାଠୀ ଓ ତପନ କୁମାର ବିଶ୍ବାଳ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନକୁ ହାଇକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ରିଏଲ ଇଷ୍ଟେଟ୍ ରେଗୁଲେଟାରୀ ଅଥରିଟି(ରେରା)ର ଅଧ୍ୟକ୍ଷ ଜଷ୍ଟିସ୍ ପ୍ରମୋଥ ପଟ୍ଟନାୟକ ପରିଚାଳଣା କରିଥିଲେ। ନିକଟରେ ରାଜ୍ୟ ଆଇନଜୀବୀ ପରିଷଦକୁ ୨୫ସଦସ୍ୟଙ୍କୁ ନିର୍ବାଚିତ ହୋଇଥିବା ବେଳେ ସିଂତାଶୁ ମୋହନ ଦ୍ବିବେଦୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଲୟର୍ସ ଫେରମ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।