ଓଡ଼ିଆ ଭାଷାକୁ ଆୟୁଧ କରି ରାଜ୍ୟ ଗଠନର ପ୍ରମୁଖ ବିନ୍ଧାଣିଥିଲେ ମଧୁ ବାବୁ,

ମଧୁ ବାବୁଙ୍କୁ ମିଳିନି ଯଥୋଚିତ ସମ୍ମାନ, ଓଡ଼ିଆ ବର୍ଣ୍ଣୋବଧ ପୁସ୍ତକ ସହ ମଧୁ ବାବୁଙ୍କ ଫଟୋ ପ୍ରଦାନ ଶୁଭାରମ୍ଭ, ସଂସଦ ଭବନରେ ପ୍ରତିମୂର୍ତ୍ତି, ନାମରେ ଚାଲୁ ଟ୍ରେନ୍‌, ଜୟନ୍ତୀ ହେଉ ଛୁଟି ଘୋଷଣା

ଭୁବନେଶ୍ୱର,୪/୨: ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଗୌରବାନୀତ କରିଥିଲେ ଭାରତ ଗୌରବ ମଧୁସୂଦନ ଦାସ । ସେଥିପାଇଁ ତାଙ୍କୁ ନୂତନ ଓଡ଼ିଶାର ନିର୍ମାତା ଓ ଜନକ କୁହାଯାଏ । ଓଡ଼ିଆ ଭାଷାକୁ ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ଅଧିକ ଅଧ୍ୟୟନ କରାଇବା ସହ ମଧୁ ବାବୁଙ୍କ ସମ୍ପର୍କରେ ସଭିଁଏ ଜାଣିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏଥି ପାଇଁ ମଧୁ ବାବୁଙ୍କ ମହାପରାୟଣ ଦିବସରେ ବିଭିନ୍ନ ବେସରାକରୀ ବିଦ୍ୟାଳୟକୁ ମଧୁ ବର୍ଣ୍ଣବୋଧ ପୁସ୍ତକ ପ୍ରଦାନ ସହ ମଧୁ ବାବୁଙ୍କ ଫଟୋ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି । ବିଭିନ୍ନ ଘରୋଇ ବିଦ୍ୟାଳୟରେ ମଧୁ ବାବୁଙ୍କ ଫଟୋ ଲଗାଇବା ସହ ମଧୁ ବାବୁଙ୍କ ସମ୍ପର୍କରେ ଆଲୋଚନା କରିବାକୁ ଅନୁରୋଧ କରାଯାଇଛି । ଅଲ୍ ଓଡ଼ିଶା ଲୟର୍ସ ଫେରମ ଓ ସର୍ବଭାରତୀୟ ମଧୁ ସ୍ମାରକ ମଞ୍ଚର ଆବାହକ ହାଇକୋର୍ଟ ଆଇନଜୀବୀ ଡ଼ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାଷାବିତ୍ ଡ଼ ଦେବାଶିଷ ମହାପାତ୍ର, ସରୋଜ କୁମାର ସାହୁ, ଭରତ ଚନ୍ଦ୍ର ବେହେରା, ବିକାଶ ମହାନ୍ତି, ସସ୍ମିତା ଦାଶ ସମେତ ବହୁ ମୁରବୀ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଭାରତ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନରୁ ବହୁ ଉର୍ଦ୍ଧରେ । ମଧୁବାବୁଙ୍କ ପ୍ରତିମୂର୍ତି ସଂସଦ ଭବନ ପରିସରରେ ସ୍ଥାପନା, ଉତ୍କଳ ଗୌରବ ମଧୁସୂଦନଙ୍କ ନାମରେ ରେଳ ଗାଡି ଚଲାଇବା, ମଧୁ ବାବୁଙ୍କ ଜୟନ୍ତୀ ଦିନ ସରକାରୀ ଛୁଟି ଘୋଷଣା ଓ କୋର୍ଟ ନିକଟ ରାସ୍ତାକୁ ମଧୁ ବାବୁଙ୍କ ନାମରେ ନାମକରଣ କରିବା ପାଇଁ ଦାବି କରାଯାଇଛି । ତାଙ୍କୁ ମରଣୋତରରେ ଯେତେ ସମ୍ମାନ ଦେଲେ କମ୍ ହେବ ବୋଲି କୁହାଯାଇଛି । ପ୍ରକାଶ ଥାଉକି ମଧୁବାବୁଙ୍କୁ ଯଥୋଚିତ ସମ୍ମାନ ମିଳିନଥିବାରୁ ଓଡ଼ିଶା ଲୟର୍ସ ଫୋରମ୍ ପକ୍ଷରୁ ବିଭିନ୍ନ ଜିଲ୍ଲାର ମୁରବୀ ସମେତ ରାଜ୍ୟର ବିଭିନ୍ନ ଓକିଲ ସଂଘ ସହଯୋଗରେ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲୁ ରହିଛି । ନିକଟରେ ସୁପ୍ରୀମକୋର୍ଟ ପରିସରରେ ଏହି ଅଭିଯାନ କରାଯିବା ସହ ୧୯ଟି ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି । କୋଲକାତାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ, ଝାଡ଼ଖଣ୍ଡ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ଚେନ୍ନାଇ, ଆନ୍ଧ୍ରପ୍ରଦେଶର ତିରୂପତି, ଆଣ୍ଡାମାନ, ବେଙ୍ଗାଲୁରୁ, ପଞ୍ଜାବ, ଉତରାଖଣ୍ଡ, ତ୍ରିପୁରା, ଆସାମ, ମିଜୋରାମ, ନୂଆଦିଲ୍ଲୀ ଆଦି ସ୍ଥାନରେ ବାସ କରୁଥିବା ମଧୁପ୍ରେମୀଙ୍କ ସ୍ୱାକ୍ଷର ସଂଗ୍ରହ କରାଯାଇଛି ।

Related posts

Leave a Comment