ଭିନ୍ନକ୍ଷମ ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ, ଭାଷା ଓ ସଂଗୀତ ସହ ରହିଛି ଅନେକ ସମ୍ପର୍କ

ଭୁବନେଶ୍ୱର,୨/୪:  ଭାଷା ଓ ସଂଗୀତ ସହ ରହିଛି ଅନେକ ସମ୍ପର୍କ । ସଂଗୀତ ପରିବେଷଣ ପାଇଁ ଭାଷା ବଡ଼ ମାଧ୍ୟମ ବୋଲି ବିଶିଷ୍ଟବ୍ୟକ୍ତିମାନ କହିଛନ୍ତି। ପାରମ୍ଫାରିକ ସଙ୍ଗୀତ ଅନୁଷ୍ଠାନ ତରଫରୁ ତବଲା ଶିକ୍ଷା କରୁଥିବା ଭିନ୍ନକ୍ଷମ ପିଲାମାନଙ୍କୁ ନେଇ ସ୍ଥାନୀୟ କେଦାରଗୌରୀ ଗୁଆଝର ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହାକୁ ବିଧାୟକ  ସୁରେଶ କୁମାର ରାଉତରାୟ ଉଦ୍‌ଘାଟନ କରିଥିବା ବେଳେ ଅତିଥି ଭାବେ ଗୁରୁ ଦେବେନ୍ଦ୍ର ଶତପଥି, ଓଡ଼ିଆ ଚଳଚିତ୍ର ଗାୟିକା ସାଗରିକା ପଟ୍ଟନାୟକ, କ୍ୟାପିଟାଲ ହସପିଟାଲର ଶିଶୁ ବିଭାଗର ମୁଖ୍ୟ ଛାୟାକାନ୍ତ ଗୌଡ଼, ଗୀତାର ବାଦକ ଗୁରୁ ସଦାଶିବ ଦାସ, ଗୁରୁ ଜିତେନ୍ଦ୍ରନାଥ ବେହେରା, ଗାୟିକା କ୍ରିଷ୍ଣା ଶତପଥି, ତବଲା ଶିକ୍ଷକ ଗୁରୁ ପଦ୍ମ ଚରଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

ଏଥିରେ ନମନ, ଓମ୍‌, ବାସୁ, ଗୁଗୁଲ, ସୋହାନ, ସ୍ୱହମ୍‌, ବିକି, ସ୍ୱମ୍‌, ହରି, ବିଭୁ, କାହ୍ନା, ଫାଙ୍କି, ଅପୁ ତବଲା ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ସେବାଗ୍ରାମ ଫାଉଣ୍ଡେସନର ସଂପାଦକ ଭରତ ବେହେରା ପରିଚାଳନା କରିବା ସହ ହାରମୋନିୟମରେ ମଧ୍ୟ ସହଯୋଗ କରି କଣ୍ଠଦାନ କରିଥିଲେ  ।

Related posts

Leave a Comment