ଭୁବନେଶ୍ୱର,୨୨/୨ : ଜମି ମାଲିକ ହୋଇ ଠକେଇ କରିଥିବା ବ୍ୟକ୍ତିର ଜାମିନ୍ ନାମଞ୍ଜୁର ହୋଇଥିବା ବେଳେ ଏପଟେ ଠକର ପୁତୁରା ଗିରଫ। ଚନ୍ଦକା ଅଞ୍ଚଳରେ ଏକ ଜମି ବିକ୍ରି କରିବାକୁ କହି ଜଣେ ବିଭୂତି ଭୂଷଣ ମହାପାତ୍ର ନାମକ ବ୍ୟକ୍ତିଙ୍କ ଠାରୁ ଦୁଇ ଥରରେ ୭୨ ଲକ୍ଷ ଟଙ୍କା ଚଳୁ କରି ପରେ ଜମି ଦେବାକୁ ଭୂଆଁ ବୁଲାଉଥୁବା ଚନ୍ଦକା ଜେନା ସାହିର ଗୁରୁଚରଣ ନରେନ୍ଦ୍ର ନାମକ ଠକ ଜମି ମାଲିକକୁ ଗତ ଫେବୁଆରୀ ୭ତାରିଖରେ ଗିରଫ କରିଥିଲା ବଡ଼ଗଡ଼ ଥାନା ପୁଲିସ । ପରେ ପୁଲିସ ଥାନା କେସ ନମ୍ବର ୪୬୫ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଦଫା ୪୨୦, ୫୦୬, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରିଥିଲା। ହେଲେ ଆଜି ମାନ୍ୟବର (ସିବିଆଇ) ସ୍ପେଶାଲ ଜର୍ଜ, କୋର୍ଟ ନଂ୧ ତଥା ଅତିରିକ୍ତ ସେସନ୍ ଜର୍ଜ ଗୁରୁ ଚରଣ ନରେନ୍ଦ୍ରଙ୍କ ଜାମିନ୍ କରିଛନ୍ତି। ଆଉ ଆଜି ଏହି ଘଟଣାରେ ଗୁରୁ ଚରଣ ନରେନ୍ଦ୍ରଙ୍କ ପୁତୁରା ତଥଶ ରାଧେଶ୍ୟାମ ନରେନ୍ଦ୍ରଙ୍କ ପୁତ୍ର ଦେବାଶିଷ ନରେନ୍ଦ୍ର(୫୯)ଙ୍କୁ ଗିରଫ କରିଛି। ସେହି ମାମଲାରେ ବଡ଼ଗଡ଼ ଥାନା ପୁଲିସ ଆଜି ଦେବାଶିଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ ଯେ, ଗତ ତା ୨୯.୦୮.୨୦୧୬ ରି ଖ ଦିନ ଅଭିଯୋଗକାରୀ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଜମି କିଣାବିକାକୁ ନେଇ କୋର୍ଟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ହୋଇଥିବା ଚୁକ୍ତିନାମା ଅନୁଯାୟୀ ଧାର୍ଯ୍ୟ ହୋଇଥିବା ୬୩ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କ ଠାରୁ ପାଇବା ପରେ ଅଭିଯୁକ୍ତ ଜଣକ ଚନ୍ଦକା ଥାନା ଅନ୍ତର୍ଗତ ସୁନ୍ଦରପୁର ମୌଜାରେ ଥିବା ଜମିକୁ ତାଙ୍କ ନାମରେ ପଞ୍ଜୀକୃତ କରିବେ । ଅଭିଯୋଗକାରୀ ଜଣଙ୍କ ଚୁକ୍ତିନାମା ଅନୁଯାୟୀ ଜମି ବାବଦକୁ ଧାର୍ଯ୍ୟ ହୋଇଥିବା ସମସ୍ତ ୬୩ ଲକ୍ଷ ଟଙ୍କା ଅଭିଯୁକ୍ତଙ୍କ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ପଠାଇ ଥିଲେ ମଧ୍ୟ ପରେ ଅଭିଯୁକ୍ତ ଜଣକ ଅଧିକ ଟଙ୍କା ଦାବି କରିଥିଲେ । ପୁଣି ଦାବି ଅନୁଯାୟୀ ବିଭୁତି ଅଭିଯୁକ୍ତକୁ ଆଉ ୮ ଲକ୍ଷ ୭୫ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇଥିଲେ । ଫଳରେ ଅଭିଯୋଗକାରୀ ଜଣଙ୍କ ସମୁଦାୟ ୭୧ ଲକ୍ଷ ୭୫ ହଜାର ଟଙ୍କା ପଠାଇଥିଲେ ମଧ୍ୟ ଅଭିଯୁକ୍ତ ଜଣକ ସମସ୍ତ ଟଙ୍କାକୁ ଚଳୁ କରିଦେବା ସହ ଜମି ଦେବାକୁ ଲୁଚକାଳି ଖେଳିବା ଆରମ୍ଭ କରିଥିଲେ ଓ ଅଭିଯୋଗକାରୀଙ୍କ ନାମରେ କୌଣସି ଜମି ପଞ୍ଜୀକୃତ କରିନଥିଲେ କି ଜମି ବାବଦକୁ ନେଇଥିବା ଟଙ୍କା ଫେରାଇନଥ୍ଲେ । ଫଳରେ ଅଭିଯୋଗକାରୀ ଜଣଙ୍କ ଗତ ତା ୦୨.୦୩.୨୩ ରିଖରେ ଅଭିଯୁକ୍ତର ଚନ୍ଦକା ଘରକୁ ଯାଇ ତାଙ୍କ ନାମରେ ଜମି ପଞ୍ଜୀକୃତ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଅଭିଯୁକ୍ତ ଜଣଙ୍କ ତାଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ । ବଂର ନିଜର ସହଯୋଗୀ ମାନଙ୍କ ସହ ମିଶି ତାଙ୍କୁ ନାନାପ୍ରକାରର ଧମକ ଚମକ ଦେଇଥିଲେ । ପରେ ଏନେଇ କୋର୍ଟରେ ଅଭିଯୋଗ କରିବା ପରେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ବଡ଼ଗଡ଼ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୁକ୍ତକୁ ଚନ୍ଦକା ଜେନା ସାହିରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଆଜି ଜାମିନ୍ ନାମଞ୍ଜୁର ସହ ପୁତୁରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି।