ଭୁବନେଶ୍ୱର,୯/୩: ଅଲ ଓମେନ୍ସ ଆଡଭୋକେଟ୍ ଫୋରମ ଏବଂ ଆଖିଲ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଞ୍ଚ ମିଳିତ ଅନୁକୂଳରେ ଆର୍ନ୍ତଜାତୀୟ ମହିଳା ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫୋରମର ଅଧକ୍ଷା ହରପ୍ରିୟା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଭିସି ଡ଼ ସବିତା ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ୱିବେଦୀ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରାଜ୍ୟ ଆଇନଜୀବୀ ପରିଷଦର ସଭ୍ୟ ବିଭୂ ପ୍ରସାଦ ତ୍ରିପାଠୀ, ପ୍ରମୁଖ ଯୋଗ ଦେଇଥିଲେ । ସ୍ୱର୍ଗତ ଆଇନଜୀବୀ ଶାନ୍ତିପ୍ରୀୟା ପଟ୍ଟନାୟଙ୍କ ସ୍ମୃତିରେ ବରିଷ୍ଠ ମହିଳା ଆଇନଜୀବୀ ତଥା ହାଇକୋର୍ଟର ଭାରତୀ ଦାଶ, କାନନବାଳା ରାୟ ଚୌଧୁରୀ, ଭୁବନେଶ୍ୱର କୋର୍ଟର ବିଶେଶ୍ୱୋରୀ ମହନ୍ତିଙ୍କ ଶ୍ରେଷ୍ଠ ମହିଳା ଆଇନଜୀବୀ ଭାବେ ସମ୍ମାନୀତ କରାଯାଇଥିଲା । ସେହିପରି ପ୍ରାର୍ଥନା ଚ୍ୟାନେଲର ନିର୍ଦେଶକ ପତିତପାବନ ସ୍ୱାଇଁ, ଗୁରୁ ଇମେଶ ଚନ୍ଦ୍ର ଦାଶ, ଡ଼ ସୁଜିତ୍ କୁମାର ବେହେରା, କ୍ୟାପିଟାଲ ହସ୍ପିଟାଲର ଆସିଷ୍ଟାଣ୍ଡ୍ ପ୍ରଫେସର ଡ଼ ସନ୍ଧ୍ୟାରାଣୀ ବେହେରା, ଆଶା ବରି ସାଂସ୍କୃତିକ ଅନୁଷ୍ଠାନଙ୍କୁ ଅଟଳ କର୍ମଜୀବୀ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ସୁପ୍ରୀୟା ଦାଶ, ଆରତୀ ସାହୁ, ଅଣ୍ଣପୂର୍ଣ୍ଣା ଦାଶଙ୍କୁ ଜଗଜିତା ନାରୀ ଓ ୧୨ଜଣ ଛାତ୍ରଛାତ୍ରୀଙ୍କୁ ପିକକ୍ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଳା । ଏଥିରେ ନିଳମ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରଞ୍ଜିତା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ ।
Related posts
-
ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ
ଭୁବନେଶ୍ବର,୧୪/୧୨- ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ। ଭୁବନେଶ୍ବର କୋର୍ଟ ନିକଟରେ ଏକ ମାଜିଷ୍ଟେଟ୍ଙ୍କ ନାମରେ ଟଙ୍କା ଠକେଇ ନେବା ଘଟଣା... -
ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ପରିବେଶ ଉପଯୋଗୀ ବୋଇତ ବନ୍ଦାଣ, ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ ଦାଶ ପାଇବେ ଦୟାନଦୀ ସମ୍ମାନ
ଭୁବନେଶ୍ବର,୫/୧୧: ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ଇକୋ ଫ୍ରେଣ୍ଡଲି ବୋଇତ ବନ୍ଦାଣ କରାଯିବ। ଚଳିତ ବର୍ଷ ମଧ୍ୟ ସୋଲ, ପ୍ଲାଷ୍ଟିକ... -
ବୋତଣ୍ଡାରେ ଶିବ ଶଙ୍କର ମିଠା ଦୋକାନ, ନୟୁ ବେଙ୍ଗଲ୍ ଗାଙ୍ଗୁରାମ (ଜଳଖିଆ ଓ ମିଠାର ସମ୍ଭାର)
ଭୁବନେଶ୍ବର- ସକାଳ ୮ଟା ହେଲେ ଟିଫିନ୍ ଦୋକାନ ଆଗରେ ଲାଗିଯାଏ ଗ୍ରାହକଙ୍କର ଲମ୍ବା ଲାଇନ। ବରା,ଆଳୁଚପ ଠାରୁ ଆରମ୍ଭ କରି ମିଠା...