ଭୁବନେଶ୍ବର- ଏକାମ୍ର ନିର୍ବାଚନମଣ୍ଡଳୀରେ କଂଗ୍ରେସରୁ କିଏ ପାଇବ ଟିକେଟ୍ । ଗୋଟିଏ ପଟେ ସରକାରୀ ଦଳରେ ସରପଞ୍ଚ ପାଇଁ ଭାଇକୁ ଠିଆ କରାଇ ହାରିଥିବା ପ୍ରଶାନ୍ତ ଚମ୍ପତି ଓ ଅନ୍ୟପଟେ ବିଜୁ ବାବୁଙ୍କ ପ୍ରୀୟ ଯୁବ ନେତା ସ୍ବର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ତ୍ସୀ ରଶ୍ମୀ ମହାପାତ୍ର । ପ୍ରଶାନ୍ତ ଚମ୍ପତି ପୂର୍ବରୁ ଶିଶୁପାଳଗଡ଼ରେ ସମିତି ସଭ୍ୟ ହୋଇଥିଲେ। ଏଥି ସହ ତାଙ୍କ ଶିଶଉପାଳଗଡ଼ ପଞ୍ଚାୟତରେ ନିଜ ଭାଉଜଙ୍କୁ ଠିଆ କରାଇଥିଲେ। ତେବେ ଶିଶୁପାଳଗଡ଼ ପଞ୍ଚାୟତ ବ୍ୟତୀତ ଅନ୍ୟ କେଉଁଠାରେ ସଂଘଠନ ଅଛି କି ନାହିଁ ତାହା ସମସ୍ତଙ୍କୁ ଜଣା। ଜିଲ୍ଲା କଂଗେସ ସଭାପତି ବିଶ୍ବଜିତ୍ ଦାଶଙ୍କ ବନ୍ଧୁ ହୋଇଥିବାରୁ ପ୍ରଶାନ୍ତ ଚମ୍ପତି ଟିକେଟ୍ ପାଇବାକୁ ଆଶା କରିଛନ୍ତି। ହେଲେ ଟିକେଟ୍ ଯିଏ ପାଇବ ବିଶ୍ବଜିତ ତାଙ୍କୁ ସାହଯ୍ୟ କରିବେ ବୋଲି ଜଣାପଡ଼ିଛି। ଏପଟେ ଏକାମ୍ରରେ କଂଗ୍ରେସ ସଂଘଠନକୁ ବଞ୍ଚାଇ ରଖିଥିବା ରଶ୍ମି ମହାପାତ୍ର ପ୍ରତିବର୍ଷ ନୂଆ ନୂଆ ଲୋକଙ୍କୁ ସାକ୍ଷାତ କରି ନିଜର ସଂଘଠନ ମଜବୁତ୍ କରିବାରେ ବ୍ୟସ୍ତ। ଜଣେ ସେବାୟତ ପରିବାରର ବୋହୂ ଦିର୍ଘ ଦିନ ହେଲା ହାରିବା ଯୋଗୁଁ ବହୁ ଲୋକ ଏଥର ତାଙ୍କୁ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ସାହଯ୍ୟ କରିବାକୁ ମନ ବଳାଇଛନ୍ତି। ତେବେ ଟିକେଟ୍ ମିଳବା ପରେ ଚିତ୍ର ସ୍ପଷ୍ଟ ହେବ। ବିଜେଡ଼ି ବିଜେପି ମେଣ୍ଟ ହେଉଥିବାରୁ ବହୁ ଲୋକ କଂଗ୍ରେସକୁ ସମର୍ଥନ କରିବାକୁ ମନ ବଳାଇଛନ୍ତି ବୋଲି କୁହାଯାଉଛି। ତେବେ ପଞ୍ଚାୟତର ନେତା ଓ ଦିର୍ଘ ଦିନ ହେଲା ଜିଲ୍ଲା ସଂଘଠନ ଓ ଏକାମ୍ର ସଂଘଠନରେ ଜଡ଼ିତ ଥିବା ରଶ୍ମୀଙ୍କ ମଧ୍ୟରୁ କିଏ ଟିକେଟ ହାତେଇବ ତାହା ଦେଖିବା ବାକି ରହିଛି। କିଛି ଦିନ ପୂର୍ବରୁ ସମାଜସେବୀ ପ୍ରଶାନ୍ତ ମହାପାତ୍ରଙ୍କ ବିୟୋଗ ହୋଇଥିବାରୁ ତାଙ୍କ ସମର୍ଥକ ଓ ସହଯୋଗୀ ରଶ୍ମୀ ମହାପାତ୍ରଙ୍କୁ ଏଥର ସାହଯ୍ୟ କରିବେ ବୋଲି ଖୋଲା ଖୋଲି ଘୋଷଣା କରିଛନ୍ତି। ରଶ୍ମୀଙ୍କୁ ନିର୍ବାଚନରେ ସାହଯ୍ୟ କରି ପ୍ରଶାନ୍ତଙ୍କୁ ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳି ଓ ପ୍ରଶାନ୍ତଙ୍କ ସ୍ବପ୍ନ ପୂରଣ କରିବେ ବୋଲି ଏକ ପ୍ରକାର ଶପଥ ନେଇଛନ୍ତି। ତେବେ ଟିକେଟ୍ ଘୋଷଣା ପରେ କଂଗ୍ରେସ ଏକାମ୍ର ସିଟ୍ ହାତେଇବକି ନାହିଁ ତାହା ଜଣାପଡ଼ିବ। ରଶ୍ମି ମହାପାତ୍ର ୨୦୦୯ ଓ ୨୦୧୪ ମସିହାରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ୨୦୧୯ରେ କଂଗ୍ରେସରୁ ଟିକେଟ୍ ପାଇଥିଲେ। କିନ୍ତୁ ଲଗାତାର ଭାବେ ସାଙ୍ଗଠନିକ କାର୍ଯ୍ୟକରି ସେ ନିଜର ଦାୟିତ୍ବ ପାଳନ କରୁଛନ୍ତି। ତେବେ ଦଳ ଏଥର ଶ୍ରୀ ଚମ୍ପତି ଓ ଶ୍ରୀମତୀ ମହାପାତ୍ରଙ୍କ ମଧ୍ୟରୁ କାହାକୁ ଟିକେଟ୍ ଦେବ ତାହା ଘୋଷଣା ପରେ ମେଣ୍ଟ ବିରୁଦ୍ଧରେ କିଏ ଲଢ଼ିବ ତାହା ସ୍ପଷ୍ଟ ହେବ।
Related posts
-
ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ
ଭୁବନେଶ୍ବର,୧୪/୧୨- ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ। ଭୁବନେଶ୍ବର କୋର୍ଟ ନିକଟରେ ଏକ ମାଜିଷ୍ଟେଟ୍ଙ୍କ ନାମରେ ଟଙ୍କା ଠକେଇ ନେବା ଘଟଣା... -
ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ପରିବେଶ ଉପଯୋଗୀ ବୋଇତ ବନ୍ଦାଣ, ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ ଦାଶ ପାଇବେ ଦୟାନଦୀ ସମ୍ମାନ
ଭୁବନେଶ୍ବର,୫/୧୧: ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ଇକୋ ଫ୍ରେଣ୍ଡଲି ବୋଇତ ବନ୍ଦାଣ କରାଯିବ। ଚଳିତ ବର୍ଷ ମଧ୍ୟ ସୋଲ, ପ୍ଲାଷ୍ଟିକ... -
ବୋତଣ୍ଡାରେ ଶିବ ଶଙ୍କର ମିଠା ଦୋକାନ, ନୟୁ ବେଙ୍ଗଲ୍ ଗାଙ୍ଗୁରାମ (ଜଳଖିଆ ଓ ମିଠାର ସମ୍ଭାର)
ଭୁବନେଶ୍ବର- ସକାଳ ୮ଟା ହେଲେ ଟିଫିନ୍ ଦୋକାନ ଆଗରେ ଲାଗିଯାଏ ଗ୍ରାହକଙ୍କର ଲମ୍ବା ଲାଇନ। ବରା,ଆଳୁଚପ ଠାରୁ ଆରମ୍ଭ କରି ମିଠା...