ରଶ୍ମୀ ମହାପାତ୍ର ସମର୍ଥକଙ୍କ ଚାପ, କଂଗ୍ରେସରୁ ନଲଢ଼ନ୍ତୁ

ଏକାମ୍ର ଭୁବନେଶ୍ବର,୨୬/୩( ସ୍ବତନ୍ତ୍ର ରିପୋର୍ଟ- ମୁଖ୍ୟ ଖବର ) ଦଳର ଜିଲ୍ଲା ନେତାଙ୍କ ସହଯୋଗ ନାହିଁ। ରାଜ୍ୟ କମିଟିକୁ ଯାଇଥିବା ସ୍ଥାନୀୟ ନେତାଙ୍କ ଦେଖା ମିଳୁନି। ଏଣୁ ରଶ୍ମୀ କଂଗ୍ରେସରୁ ଲଢ଼ନ୍ତୁ ନାହିଁ ବୋଲି ଏକାମ୍ର କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ରଙ୍କ ସମର୍ଥକମାନେ ସିଧା ଶୁଣାଇ ଦେଇଛନ୍ତି। ଯାହାକୁ ନେଇ ରଶ୍ମୀ ମହାପାତ୍ର ଏବେ ଚିନ୍ତାରେ ପଡ଼ିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ତାଙ୍କ ସମର୍ଥକ ଓ କର୍ମଙ୍କୁ ନେଇ ସେ ଦିର୍ଘଦିନ ହେଲା ଏକାମ୍ରରେ କଂଗ୍ରେସକୁ ବଞ୍ଚାଇ ରଖିଛନ୍ତି। ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ବହୁ ସମର୍ଥକ ରଶ୍ମୀଙ୍କ ବାସ ଭବନକୁ ଆସି କଂଗ୍ରେସରୁ ଠିଆ ନହେବାକୁ ଏକପ୍ରକାର ନିଷ୍ପତି ଘୋଷଣା କରିଛନ୍ତି। ରଶ୍ମୀ ମହାପାତ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କିଛି ଉତ୍ତର ଦେଇନଥିଲେ। ତେବେ ସମର୍ଥକଙ୍କୁ ଡକାଇ ପୁଣି ଆଲୋଚନା କଲେ ଯାହା ନିଷ୍ପତି ଶୁଣାଇବି ବୋଲି କହିଛନ୍ତି। ନିଜ ସମର୍ଥକ ଓ କର୍ମିଙ୍କୁ କିପରି ବୁଝାଇବି ସେ ନେଇ ମୁ ବାଟ ଖୋଜୁଛି ବୋଲି କହି ଏହି ପ୍ରସଙ୍ଗରୁ ଦୂରାଇଯାଇଛନ୍ତି।  

             ବିଜୁ ବାବୁଙ୍କ ପ୍ରୀୟ ଯୁବ ନେତା ସ୍ବର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ତ୍ସୀ ରଶ୍ମୀ ମହାପାତ୍ର । ଏକାମ୍ରରେ କଂଗ୍ରେସ ସଂଘଠନକୁ ବଞ୍ଚାଇ ରଖିଥିବା ରଶ୍ମି ମହାପାତ୍ର ଦିର୍ଘ ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି । ଜଣେ ସେବାୟତ ପରିବାରର ବୋହୂ ଦିର୍ଘ ଦିନ ହେଲା ହାରିବା ଯୋଗୁଁ ବହୁ ଲୋକ ଏଥର ତାଙ୍କୁ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ସାହଯ୍ୟ କରିବାକୁ ମନ ବଳାଇଛନ୍ତି। ତେବେ ଏକାମ୍ର ଅଞ୍ଚଳରେ କଂଗେସ ଦଳର ଅଧିକ ସଂଘଠନରେ ଜଡ଼ିତ ଥିବା ରଶ୍ମୀଙ୍କ ସମର୍ଥକ ଏବେ ରଶ୍ମୀଙ୍କ ଉପରେ ଏକ ପ୍ରକାର ଚାପ ସୃଷ୍ଟି କରିଛନ୍ତି। କିଛି ଦିନ ପୂର୍ବରୁ ସମାଜସେବୀ ପ୍ରଶାନ୍ତ ମହାପାତ୍ରଙ୍କ ବିୟୋଗ ହୋଇଥିବାରୁ ତାଙ୍କ ସମର୍ଥକ ଓ ସହଯୋଗୀ ରଶ୍ମୀ ମହାପାତ୍ରଙ୍କୁ ଏଥର ସାହଯ୍ୟ କରିବେ ବୋଲି ଖୋଲା ଖୋଲି ଘୋଷଣା କରିଥିଲେ। ରଶ୍ମୀଙ୍କୁ ନିର୍ବାଚନରେ ସାହଯ୍ୟ କରି ପ୍ରଶାନ୍ତଙ୍କୁ ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳି ଓ ପ୍ରଶାନ୍ତଙ୍କ ସ୍ବପ୍ନ ପୂରଣ କରିବେ ବୋଲି କହିଥିଲେ । ତେବେ ଏଥର ରଶ୍ମୀ କଣ କରିବେ ତାହା ଦେଖିବା ବାକି ରହିଛି।  ରଶ୍ମି ମହାପାତ୍ର ୨୦୦୯ ଓ ୨୦୧୪ ମସିହାରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ୨୦୧୯‌ରେ କଂଗ୍ରେସରୁ ଟିକେଟ୍‌ ପାଇଥିଲେ। କିନ୍ତୁ ଲଗାତାର ଭାବେ ସାଙ୍ଗଠନିକ କାର୍ଯ୍ୟକରି ସେ ନିଜର ଦାୟିତ୍ବ ପାଳନ କରୁଛନ୍ତି। ହେଲେ ଦଳରୁ ଏଥର ଠିଆ ନହେବାକୁ ସମର୍ଥକମାନେ କହିଛନ୍ତି।

Related posts

Leave a Comment