ରଶ୍ମୀ ଆସିବା ପରେ ବିଜେପିରୁ ଏକାମ୍ରରୁ କିଏ ପାଇବ ଟିକେଟ୍‌

ଭୁବନେଶ୍ବର,(ମୁଖ୍ୟ ଖବର) ୩୦/୩- ମୁଖ୍ୟ ଖବର ଯାହା ପୂର୍ବରୁ ପ୍ରକାଶ କରିଥିଲା ତାହା ସତ ହେଲା। କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର କଂଗ୍ରେସରୁ ଦୂରାଇଥିବା କୁହାଯାଇଥିଲା। ଏବେ ରଶ୍ମୀ ମହାପାତ୍ର ବିଜେପିରେ ଯୋଗ ଦେଇଛନ୍ତି। ଟିକେଟ୍‌ ଆଶାରେ ନୁହେଁ ବରଂ ଦଳ ଯାହା ଦାୟିତ୍ବ ଦେବ ତାହା କରିବାକୁ ସେ ଘୋଷଣା କରିଛନ୍ତି। ତେବେ କିଏ କିଏ ହେବ ଏକାମ୍ରରେ ବିଜେପି ପ୍ରାର୍ଥି ! କିଏ ପାଇବ ଟିକେଟ୍‌ ? ପୁରୁଣା ନେତା ଥିବା ବେଳେ ନୂଆ ନେତାଙ୍କ ମଧ୍ୟରୁ ବିଜେପିରୁ ବିଜେଡ଼ିକୁ କିଏ ଟକ୍ଟର ଦେବ ତାହା ଦେଖିବାକୁ ଲୋକ ଚାହିଁ ବସିଛନ୍ତି। ଦଳର ପୂର୍ବତନ ସଭାପତି ସମୀର ମହାନ୍ତି, ବାବୁ ସିଂ, ଆମୀୟ ଦାଶ, ରଶ୍ମୀ ମହାପାତ୍ର ନା ମଦନ ମୋହନ ପ୍ରଧାନ କିଏ ଟିକେଟ୍‌ ପାଇବ ତାକୁ ନେଇ ଚର୍ଚା ବିଷୟ ପାଲଟିଛି। ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ତଥା ବିଏମ୍‌ସିରେ ସାଂସଦଙ୍କ ପ୍ରତିନିଧି ମଦନ ମୋହନ ପ୍ରଧାନ ଜୋର୍‌ଦାର ଲବି ଚଳାଇଛନ୍ତି। ଆଇନଜୀବୀ ଭାବେ ବିଭିନ୍ନ ସଂଘଠନ ସହ ଜଡ଼ିତ ରହୁଥିବା ବେଳେ ଦଳ ପକ୍ଷରୁ ଯାହା ଯେତେବେଳେ ଦାୟିତ୍ବ ମିଳେ ସୂଚାରୂ ରୂପେ ଚଳାଇବା । ସବୁ ନେତାଙ୍କ ନିକଟତର ହୋଇ କର୍ମିଙ୍କ ପ୍ରୀୟପାତ୍ର ହୋଇଛନ୍ତି। କେନ୍ଦ୍ରୀୟ ଚଳଚ୍ଚିତ୍ର ସେନ୍ସର ବୋର୍ଡର ସଭ୍ୟ ଥିବା ଶ୍ରୀ ପ୍ରଧାନଙ୍କୁ ଏଥର ଟିକେଟ୍‌ ମିଳିଲେ ସେ ସମସ୍ତଙ୍କୁ ନେଇ ଚାଲିବେ ବୋଲି ଅଲୋଚନା ହେଉଛି। ଦଳର କର୍ମିଙ୍କ କହିବା କଥା ଚହଳା ପାଣିରେ ଗୋଡ଼ ବୁଡ଼ାନ୍ତି ନାହିଁ ଆମ ସମୀର ଭାଇ । ୨୦୦୯ର ପରାଜିତ ପ୍ରାର୍ଥୀ ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ମେଣ୍ଟ ହୋଇଥିଲେ ସେ ନିଶ୍ଚିତ ପ୍ରାର୍ଥି ହୋଇଥାନ୍ତେ। କାରଣ ତାଙ୍କର ଏଥିରେ ସହଜ ବିଜୟକୁ ସେ ହାତ ଛଡ଼ା କରିନଥାନ୍ତେ। ମେଣ୍ଟ ଥଲେ ସେ କରିଥାନ୍ତେ ଆଣ୍ଟ । ଅନ୍ୟପଟେ ପୂର୍ବରୁ ଦଳ ସହ ସୁଖ ଦୁଖଃରେ ଥିବା ଦିର୍ଘ ଦିନ ଦଳର ଜିଲ୍ଲା ସଭାପତି ରହିଥିବା ଅମୀୟ ଦାଶଙ୍କୁ ଗତ ୨୦୧୯ମସିହାରେ ଟିକେଟ୍‌ ମିଳିନଥିଲା। ସେତେବେଳେ ତାଙ୍କୁ ଟିକେଟ୍‌ ମିଳିଥିଲେ ସେ ବିଜେଡ଼ି ପ୍ରାର୍ଥିଙ୍କୁ ସହଜରେ ହରାଇପାରିଥାନ୍ତେ ବୋଲି ଦଳର କର୍ମିମାନେ କୁହନ୍ତି। ତେବେ ସେତେବେଳେ ଦଳ ପକ୍ଷରୁ ତାଙ୍କୁ ଟିକେଟ୍‌ ନଦେଇ ନୂତନ ଭାବେ ଯୋଗ ଦେଇଥିବା ବାବୁ ସିଂଙ୍କୁ ଟିକେଟ୍‌ ମିଳିଥିଲା।  କର୍ମି ଉତ୍ୟକ୍ତ ହୋଇଥିଲେ, ଗେଟ୍‌ରେ ତାଲା ପଡ଼ିଥିଲା। କାହା ସଙ୍ଗେ ଶତୃତା ନକରି ଶ୍ରୀ ଦାଶ ଆର୍‌ଏସ୍‌ଏସ୍‌ ବିଚାରଧାରାରେ ସେ କାର୍ଯ୍ୟ କରନ୍ତି। ସମସ୍ତଙ୍କୁ ନେଇ ଚାଲିବା ଦକ୍ଷତା ରଖିଥିବା ଶ୍ରୀ ଦାଶ କର୍ମିମାନଙ୍କୁ କୁହନ୍ତି ଯଦି ଦଳ ଟିକେଟ୍‌ ଦେବ ତେବେ ଠିଆ ହେବେ। ନଚେତ ଦଳ ଯାହା ଦାୟିତ୍ବ ଦେବ ତାହା କାର୍ଯ୍ୟ କରାଯିବ ବୋଲି ଶ୍ରୀ ଦାଶ ତାଙ୍କ କର୍ମିମାନଙ୍କୁ କୁହନ୍ତି। ଏବେ ଏକାମ୍ର ପାଇଁ ଭୁବନେଶ୍ବର ଜିଲ୍ଲା‌ ସଭାପତି ବାବୁ ସିଂ ଦୀର୍ଘ ଦିନ ହେବ ପ୍ରଚାର ଜାରି ରଖିଛନ୍ତି। ଏହି ଆସନଟି ବିଜେଡି ଦଖଲରେ ରହିଥିଲେ ମଧ୍ୟ ବାବୁ ବିଜେଡିକୁ ଟକ୍କର ‌ଦେଇ ଆସୁଛନ୍ତି। ଜିଲ୍ଲା ସଭାପତି ଦାୟିତ୍ବ ଥିବାରୁ ଶୋଭଯାତ୍ରା, ବିକ୍ଷୋଭ ଆଦିରେ ସେ ସକ୍ରିୟ ନେତୃତ୍ବ ନେଇଥିବା ଦେଖିବାକୁ ମିଳିଛି। ତେଣୁ ଟିକେଟ୍‌ ପାଇଁ ସେ ଏଥର ବି ବଡ଼ ଦାବିଦାର ରହିଛନ୍ତି। ‌ କାହାକୁ ଭରସା କରିବ ଦଳ? ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି, ନେତା ଓ କର୍ମୀଙ୍କ ଉତ୍କଣ୍ଠା ଓ ଆଶଙ୍କା ସେତିକି ବଢ଼ୁଛି। ଯଦିଓ ବିଜେଡି ଏ ଯାଏ ଏହି ତିନିଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିନାହିଁ, ତେବେ ବିଜେପିର ପ୍ରାର୍ଥୀ ଚୟନ ବି ରାଜନୈତିକ ମହଲରେ ବେଶ୍‌ ଗୁରୁତ୍ବ ରଖୁଛି। କାରଣ ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ଥରେ ବିଜେପି ଟିକେଟ୍‌ ପାଇ ସାରିଛନ୍ତି। ଗତ ନିର୍ବାଚନ ବେଳେ ସେ ନୂଆ ଥିବାରୁ ପୁରୁଣା ସଂଗଠନରେ ହାତ ମାରି ନଥିଲେ। ଯାହାଙ୍କୁ ଦଳ ପ୍ରାର୍ଥୀ କରିଥିଲା, ସେମାନଙ୍କୁ ନେଇ ସେ ପ୍ରଚାର କରିଥିଲେ। କିନ୍ତୁ ଏଥର ସ୍ଥିତି ବଦଳିଯାଇଛି। ଗତ ପାଞ୍ଚ ବର୍ଷ ହେଲା ଅପରାଜିତା ଭୁବନେଶ୍ବରରେ ବେଶ୍‌ ସକ୍ରିୟ ଅଛନ୍ତି। ବିଭିନ୍ନ ସମୟରେ ଜିଲ୍ଲା ସଂଗଠନ ଓ ପୁରୁଣା ନେତାମାନଙ୍କ ସହ ତାଙ୍କର ତାଳମେଳ ରହୁ ନଥିବା ମଧ୍ୟ ଦେଖାଦେଇଛି। ତେବେ ଅପରାଜିତା ଏହି ତିନିଟି ନିର୍ବାଚନମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭାବେ କୌଣସି ନେତାଙ୍କୁ ପୂର୍ବରୁ ବିଧାୟକ ପ୍ରାର୍ଥୀ ଭାବେ ଆଗକୁ ଆଣି ନାହାନ୍ତି। ତେଣୁ ଏଥର ପ୍ରାର୍ଥୀ ଚୟନରେ ଅପରାଜିତାଙ୍କ ଆଭିମୁଖ୍ୟ କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related posts

Leave a Comment