ଭୁବନେଶ୍ୱର,: ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ) ପୁନର୍ବାର ବିଜେଡି ଟିକେଟ୍ ପାଇଁ ବଡ଼ ଦାବିଦାର ଥିବା ବେଳେ ଏବେ ତାଙ୍କୁ ବଦ୍ନାମ କରିବାକୁ ଚକ୍ରାନ୍ତ ଯୋର ଦାର ଚାଲିଛି। ନିର୍ବାଚନ ଆସିବା ବେଳେ କିଛି ବୁନୁଙ୍କ ବିରୋଧି ଏଭଳି ଚକ୍ରାନ୍ତ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନାମ ଗୋପନ ରଖି କହିଛନ୍ତି। ବିଏମ୍ସି ମେୟର ଓ ବିଧାୟକ ରହି ବିଭିନ୍ନ ଲୋକଙ୍କୁ ସାହର୍ଯ୍ୟ କରି ସେ ମଧ୍ୟ ନିର୍ବାଚନ ମଣ୍ଡଳିରେ ବହୁ ସଂଘଠନରେ ଜଡ଼ିତ ଥିବା ସହ ବହୁମାତ୍ରାରେ ନିଜର ସ୍ବତନ୍ତ୍ର ଭୋଟ ବ୍ୟାଙ୍କ ସୃଷ୍ଟି କରିଛନ୍ତି। ମଜାଳିଆ କଥାରୁ କଥାବାର୍ତା ଆରମ୍ଭ କରୁଥିବା ବୁନୁଙ୍କୁ ଅବାକିଏ ନଜାଣେ । ତେବେ କାହା ସଙ୍ଗେ ମଜାଳିଆ କଥା କହିବା ବେଳେ ତାକୁ କଦର୍ଥ କରି ବଦନାମ୍ କରିବାକୁ ଏକ ଚକ୍ରାନ୍ତ କରାଯାଉଥିଲା। ହେଲେ ଏଥିରେ କିଛି ପ୍ରମାଣ ନଥିବାରୁ ଏହି ଚକ୍ରାନ୍ତ ମଧ୍ୟ ଭଣ୍ଡୁର ହୋଇଛି। କେବଳ ଏହି ଘଟଣା ନୁହେଁ ତାଙ୍କ ଟିକେଟ୍ କାଟିବା ପାଇଁ କିଛି ବଡ଼ ନେତାଙ୍କ ଆଗରେ ଚୁଗୁଲି କରି ବୁନୁଙ୍କ ବିରୋଧରେ ବଡ଼ ଚକ୍ରାନ୍ତ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ବୁନୁ ଏପରି କେବେ କରିନଥିବେ ବୋଲି ଏହି ନେତା ଅନୁମାନ କରିଥିଲେ। ସେଠାରୁ ମଧ୍ୟ ଚକ୍ରାନ୍ତ ଫେଲ ମାରିଛି। ତେବେ ବୁନୁଙ୍କ ଟିକେଟ୍ ନକଟିଲେ କିଛି ପୂର୍ବତନ ୱାର୍ଡର ଯୁବ ନେତା ଦଳର ପ୍ରମୁଖଙ୍କ ଆଗରେ ପ୍ରକାଶ କରିଛନ୍ତି। ତେବେ ମଧ୍ୟ ନିର୍ବାଚନ ମଣ୍ଡଳିରେ ଶତକଡ଼ା ୯୯ ଭାଗ ବର୍ତମାନର କର୍ପୋରେଟର ବୁନୁଙ୍କୁ ପୁଣି ପ୍ରାର୍ଥି ପାଇଁ ମନ ବଳାଇଛନ୍ତି। କାରଣ ଜଣେ ଅଭିଜ୍ଞ ନେତା କର୍ପୋରେଟର ମାନଙ୍କୁ ଯେଉଁ ସାହଯ୍ୟ କରିବେ ଜଣେ ନୂଆ ନେତା ଆସିଲେ ସଂଘଠନ ଭାଙ୍ଗି ଚୁରମାର୍ ହେବ ତାହା ସେମାନେ ସନ୍ଦେହ କରିଛନ୍ତି। ଦଳ ପକ୍ଷ ବୁନୁଙ୍କୁ ଟିକେଟ୍ ମିଳିବା ନେଇ ସଭିଁଏ ଜାଣିଥିବା ବେଳେ ତାଙ୍କ ଚିନ୍ତା ବଢ଼ାଇବା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଜଣାପଡ଼ିଛି।
ଏପଟେ ବୁନୁଙ୍କୁ ବିରୋଧ କରି ଅମରେଶ ଜେନା(ବାଇଁଆ) ସମାନ୍ତରାଳ ଭାବେ ପ୍ରଚାର କାର୍ଯ୍ୟ ଜୋର୍ଦାର କରିଛନ୍ତି। ସେ ଟିକେଟ୍ ପାଇଁ ଆଶାୟୀ ରହିଛନ୍ତି । ଏହା ଏବେ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ହେଲାଣି। ଅନନ୍ତ ଓ ଅମରେଶଙ୍କ ମଧ୍ୟରେ ବୁଝାମଣା କରି ଏଠାରେ ଟିକେଟ୍ ଚୂଡ଼ାନ୍ତ କରିବାକୁ ଦଳର ଶୀର୍ଷ ନେତୃତ୍ବ ଚାହୁଛନ୍ତି। ତେଣୁ ଉଭୟ ଯେପରି ଟକରାଟକରି ଭାବେ ସାଂଗଠନିକ କାର୍ଯ୍ୟ କରୁଛନ୍ତି, ତାହା ଦଳକୁ ଅଡ଼ୁଆରେ ପକାଉଛି। ଯଦି ଦଳ ମଧ୍ୟରେ ବିବାଦ ବଢ଼ିବ, ତେବେ ଭୋଟ୍ ଭାଗ ଭାଗ ହେବାର ଆଶଙ୍କା ରହିଛି । ହେଲେ ଦଳର ଟିକେଟ୍ ନପାଇଲେ ଏତେଟା ଭୋଟ ଫଟାଇପାରିବା ସମ୍ଭବ ନୁହେଁ। ତେବେ କାଳେ ଏହା ଦ୍ବାରା ବିରୋଧୀ ବିଜେପି ଫାଇଦାରେ ରହିବ। ଏଥି ପାଇଁ ଅମରେଶ ଓ ଅନନ୍ତଙ୍କ ମଧ୍ୟରେ ବୁଝାମଣା କରିବାକୁ ଶୀର୍ଷ ସ୍ତରରେ କସ୍ରତ ଆରମ୍ଭ ହୋଇଛି।
ଅମରେଶଙ୍କୁ ଦୁଇ ଦୁଇ ଥର ନବୀନ ନିବାସ ଡକାଯାଇ ବୁଝାସୁଝା କରାଯାଇଥିବା ଜଣାପଡ଼ିଛି। ଭବିଷ୍ୟତରେ ଦଳର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଦୀର୍ଘ କାଳ ଧରି କର୍ମୀମାନଙ୍କୁ ସାଙ୍ଗରେ ନେଇ ପ୍ରଚାର ଜାରି ରଖିଥିବାରୁ ସେ ଯଦି ପ୍ରାର୍ଥୀ ନ ହୁଅନ୍ତି ତେବେ ସେ ଅପଦସ୍ଥ ହେବାର ଆଶଙ୍କା ରହିଛି। ସେଥି ପାଇଁ ଅମରେଶ ଦୁଇ ଦିନ ହେଲା ତାଙ୍କ ସମର୍ଥକଙ୍କ ସହ ପରାମର୍ଶ ଜାରି ରଖିଛନ୍ତି। ଏପରିକି ସେ ବିଜେପିକୁ ଯିବା ଚର୍ଚ୍ଚା ମଧ୍ୟ ଆରମ୍ଭ ହେଲାଣି। ଅନନ୍ତଙ୍କୁ ମଧ୍ୟ ନବୀନ ନିବାସ ଡକାଯାଇ ଲମ୍ବା ସମୟ ଆଲୋଚନା କରାଯାଇଛି। ଅମରେଶଙ୍କ ସମେତ ବିଜେଡିର ଅନ୍ୟ ନେତା ଓ ପୂର୍ବତନ କର୍ପୋରେଟର୍ମାନଙ୍କୁ ଡାକି ସେମାନଙ୍କୁ ସାଙ୍ଗରେ ନେଇ ଚାଲିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ମଧ୍ୟରେ ଜଣେ ଦୁଇ ଜଣ ପୂର୍ବତନ କର୍ପୋରେଟରଙ୍କୁ ପାଖକୁ ଆଣିବାରେ ଅନନ୍ତ ସଫଳ ହୋଇଛନ୍ତି। ଅନନ୍ତଙ୍କ ଘନିଷ୍ଠ ସହଯୋଗୀମାନେ ଅମରେଶଙ୍କୁ ବୁଝାଇବାକୁ ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି। ଅନନ୍ତ କହିଛନ୍ତି, ‘ଯେଉଁ ଲୋକମାନେ ମୋ ସହ ଥିଲେ ଓ ଅଛନ୍ତି, ମୁଁ ତାଙ୍କ ସାଙ୍ଗରେ ଅଛି। ଦଳ ମୋତେ ଭରସା କରିଛି। ମୁଁ ସେଇ ଭରସା ନେଇ ଆଗକୁ ଯାଉଛି। କିଏ କ’ଣ କଲା ନ କଲା ସେଥିରେ ମୋର ଯାଏ ଆସେ ନାହିଁ।’ ସେହିପରି ଅମରେଶ କହିଛନ୍ତି, ‘ବିଜେଡି ଛାଡ଼ିବେ ନାହିଁ। ଦଳ ଉଚିତ ନିଷ୍ପତ୍ତି ନେବ ବୋଲି ଆଶା ଅଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ଜନସେବାରେ ରହିବି।’