ଭୁବନେଶ୍ବର- ଭୁଆଁ ନା ବିଲେଇ କିଏ ଏକାମ୍ର ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ କିଏ ପାଇବ ଟିକେଟ୍ । ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଓରଫ ଜିତୁ ଓରଫ ବିଲେଇ ଅଛନ୍ତି। ତେବେ ସେ ପ୍ରଶାନ୍ତ କୁମାର ଚମ୍ପତି ଓରଫ ଭୁଆଁଙ୍କୁ ଆଗକୁ ଠେଲିଛନ୍ତି । ଭୁଆଁ ଏଥର ଏକାମ୍ର ପ୍ରାର୍ଥି ହେବ ବୋଲି ବିଲେଇ କହୁଛନ୍ତି। ତେବେ ବିଶ୍ବଜିତ୍ ଏଥର ଏକାମ୍ରରେ କଂଗ୍ରେସ ପକ୍ଷରୁ ଠିଆ ହେବାକୁ ସମସ୍ତେ ଆଶା କରିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ଶିବାନନ୍ଦ ରାୟ ମଧ୍ୟ ଠିଆ ହୋଇପରନ୍ତି ବୋଲି କୁହାଯାଉଛି। ପ୍ରକାଶ ଥାଉକି ଦଳର ଅନ୍ୟତମ ଦାବିଦାର ପ୍ରଶାନ୍ତ ମହାପାତ୍ରଙ୍କ ତ୍ସୀ ରଶ୍ମୀ ମହାପାତ୍ର ଏବେ ବିଜେପିରେ ଯୋଗ ଦେଇଛନ୍ତି। । ପ୍ରଶାନ୍ତ ଚମ୍ପତି ପୂର୍ବରୁ ଶିଶୁପାଳଗଡ଼ରେ ସମିତି ସଭ୍ୟ ହୋଇଥିଲେ। ଏଥି ସହ ତାଙ୍କ ଶିଶଉପାଳଗଡ଼ ପଞ୍ଚାୟତରେ ନିଜ ଭାଉଜଙ୍କୁ ଠିଆ କରାଇଥିଲେ। ତେବେ ଶିଶୁପାଳଗଡ଼ ପଞ୍ଚାୟତ ବ୍ୟତୀତ ଅନ୍ୟ କେଉଁଠାରେ ସଂଘଠନ ଅଛି କି ନାହିଁ ତାହା ସମସ୍ତଙ୍କୁ ଜଣା। ଜିଲ୍ଲା କଂଗେସ ସଭାପତି ବିଶ୍ବଜିତ୍ ଦାଶଙ୍କ ବନ୍ଧୁ ହୋଇଥିବାରୁ ପ୍ରଶାନ୍ତ ଚମ୍ପତି ଟିକେଟ୍ ପାଇବାକୁ ଆଶା କରିଛନ୍ତି। ପିସିସି ସଭାପତିଙ୍କ ଉଭୟ ସାକ୍ଷାତ କରି ଦିଲ୍ଲୀରେ ଲବି ମଧ୍ୟ କରିଛନ୍ତି। ତେବେ ଟିକେଟ୍ ମିଳବା ପରେ ଚିତ୍ର ସ୍ପଷ୍ଟ ହେବ। ବିଜେଡ଼ି ବିଜେପି ମେଣ୍ଟ ହେଉଥିବାରୁ ବହୁ ଲୋକ କଂଗ୍ରେସକୁ ସମର୍ଥନ କରିବାକୁ ମନ ବଳାଇଥିଲେ । ଏବେ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ବିଜେଡ଼ିରେ ଏମ୍ପି ଠିଆ ହୋଇଥିବାରୁ ଦଳର ଭୋଟକୁ କିପିରି ରକ୍ଷା କରିବେ ତାହା ଚିନ୍ତାର ବିଷୟ ମଧ୍ୟ ଚର୍ଚା ହେଉଛି।
Related posts
-
ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ
ଭୁବନେଶ୍ବର,୧୪/୧୨- ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ। ଭୁବନେଶ୍ବର କୋର୍ଟ ନିକଟରେ ଏକ ମାଜିଷ୍ଟେଟ୍ଙ୍କ ନାମରେ ଟଙ୍କା ଠକେଇ ନେବା ଘଟଣା... -
ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ପରିବେଶ ଉପଯୋଗୀ ବୋଇତ ବନ୍ଦାଣ, ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ ଦାଶ ପାଇବେ ଦୟାନଦୀ ସମ୍ମାନ
ଭୁବନେଶ୍ବର,୫/୧୧: ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ଇକୋ ଫ୍ରେଣ୍ଡଲି ବୋଇତ ବନ୍ଦାଣ କରାଯିବ। ଚଳିତ ବର୍ଷ ମଧ୍ୟ ସୋଲ, ପ୍ଲାଷ୍ଟିକ... -
ବୋତଣ୍ଡାରେ ଶିବ ଶଙ୍କର ମିଠା ଦୋକାନ, ନୟୁ ବେଙ୍ଗଲ୍ ଗାଙ୍ଗୁରାମ (ଜଳଖିଆ ଓ ମିଠାର ସମ୍ଭାର)
ଭୁବନେଶ୍ବର- ସକାଳ ୮ଟା ହେଲେ ଟିଫିନ୍ ଦୋକାନ ଆଗରେ ଲାଗିଯାଏ ଗ୍ରାହକଙ୍କର ଲମ୍ବା ଲାଇନ। ବରା,ଆଳୁଚପ ଠାରୁ ଆରମ୍ଭ କରି ମିଠା...