ଭୁବନେଶ୍ୱର,୨/୪: ରାଜ୍ୟରେ ଇ- ଷ୍ଟାମ୍ପ ବ୍ୟାପକ ବ୍ୟବହାର ଯୋଗୁଁ ଷ୍ଟାମ୍ପ ବିକ୍ରିକରି ଗୁଜୁରାଣ ମେଣ୍ଟାଇ ପାରୁନଥିଲେ ଷ୍ଟାମ୍ପ ଭେଣ୍ଡର । ଇ-ଷ୍ଟାମ୍ପ ଶତକଡ଼ା ୯୦ବିକ୍ରି ହେଉଥିବା ବେଳେ ଷ୍ଟାମ୍ପ ପେପର ୧୦ଭାଗ ବିକ୍ରି ହେଉଥିଲା। ଏବେ ଷ୍ଟାମ୍ପ ଭେଣ୍ଡରଙ୍କ ଅବସ୍ଥା ସୁଧୁରିବ। ଏଣିକି ଷ୍ଟାମ୍ପ ଭେଣ୍ଡର କରିପାରିବେ ଇ-ଷ୍ଟାମ୍ପ ବିକ୍ରି। ସରକାରଙ୍କ ପକ୍ଷରୁ ୨ସପ୍ତାହ ପୂର୍ବରୁ ଏହି ଅନମତି ମିଳିଥିବା ବେଳେ ଆଜି ଷ୍ଟାମ୍ପ ଭେଣ୍ଡରଙ୍କ ଇ-ଷ୍ଟାମ୍ପ କେନ୍ଦ୍ର ଉଦ୍ଘାଟିତ ହୋଇଛି। ଭୁବନେଶ୍ବରଠାରେ ପୁରୁଣା ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ଏହି କେନ୍ଦ୍ର ଉଦ୍ଘାଟିତ ହୋଇଛି। ଭୁବନେଶ୍ବର ସବ୍ ରେଜିଷ୍ଟାର ଜ୍ଞାନ ରଞ୍ଜନ ସାହୁ, ଖଣ୍ଡଗତରି ସବ୍ରେଜିଷ୍ଟାର ବିଶ୍ବଜିତ୍ ପ୍ରଧାନ ଓ ଷ୍ଟକ୍ ହୋଲଡିଂ ଓଡ଼ିଶା ମୁଖ୍ୟ ବିପିନ ବିହାରୀ ସାହୁ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଭୁବନେଶ୍ବର ଷ୍ଟାମ୍ପ୍ ଭେଣ୍ଡର ସଂଘର ସଭାପତି ପ୍ରମୋଦ କୁମାର ଦ୍ବାଇଁ, ସାଧାରଣ ସମ୍ପାଦକ ବେଣୁଧର ମିଶ୍ର, ସମ୍ପାଦକ ବିନୋଦ କୁମାର ରାଉତ, ବିଜୟ କୁମାର ପଣ୍ଡା, ନିରଞ୍ଜନ ନନ୍ଦି, ଭାଗିରଥୀ ଚମ୍ପତି ଓ ସଂଘର ସଭ୍ୟମାନେ ଉପସ୍ଥିତଥିଲେ।
Related posts
-
ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ
ଭୁବନେଶ୍ବର,୧୪/୧୨- ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ। ଭୁବନେଶ୍ବର କୋର୍ଟ ନିକଟରେ ଏକ ମାଜିଷ୍ଟେଟ୍ଙ୍କ ନାମରେ ଟଙ୍କା ଠକେଇ ନେବା ଘଟଣା... -
ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ପରିବେଶ ଉପଯୋଗୀ ବୋଇତ ବନ୍ଦାଣ, ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ ଦାଶ ପାଇବେ ଦୟାନଦୀ ସମ୍ମାନ
ଭୁବନେଶ୍ବର,୫/୧୧: ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ଇକୋ ଫ୍ରେଣ୍ଡଲି ବୋଇତ ବନ୍ଦାଣ କରାଯିବ। ଚଳିତ ବର୍ଷ ମଧ୍ୟ ସୋଲ, ପ୍ଲାଷ୍ଟିକ... -
ବୋତଣ୍ଡାରେ ଶିବ ଶଙ୍କର ମିଠା ଦୋକାନ, ନୟୁ ବେଙ୍ଗଲ୍ ଗାଙ୍ଗୁରାମ (ଜଳଖିଆ ଓ ମିଠାର ସମ୍ଭାର)
ଭୁବନେଶ୍ବର- ସକାଳ ୮ଟା ହେଲେ ଟିଫିନ୍ ଦୋକାନ ଆଗରେ ଲାଗିଯାଏ ଗ୍ରାହକଙ୍କର ଲମ୍ବା ଲାଇନ। ବରା,ଆଳୁଚପ ଠାରୁ ଆରମ୍ଭ କରି ମିଠା...