ନିମାପଡ଼ା, ୧୩/୪ (ମୁଖ୍ୟ ଖବର, ଗଦାଧର ଦାସ) : ଆସନ୍ତା ଜୁନ ୧ ତାରିଖରେ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ୨୮୧ ବୁଥରେ ୨ ଲକ୍ଷ ୪୪ ହଜାର ୫୦୩ ଜଣ ଭୋଟର ଥିବା ବେଳେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ସମର୍ଥକ ପ୍ରାୟ ୬୦ ପ୍ରତିଶତରୁ ଅଧିକ ହେବ ।୨୦୦୪ ମସିହାରେ ବିଜେଡିର ସମୀର ରଞ୍ଜନ ଦାଶ ପ୍ରାର୍ଥୀ ହୋଇ ବିଜୟୀ ହୋଇ ଲଗାତାର ୨୦୧୪, ୨୦୧୯ ରେ ବିଜୟୀ ହୋଇ ମନ୍ତ୍ରୀ ପଦ ହାସଲ କରିଥିଲେ । ତାଙ୍କର ସାଂଗଠନିକ ଦକ୍ଷତା ହେତୁ ସେ ପ୍ରତି ନିର୍ବାଚନରେ ବିରୋଧୀ ଙ୍କୁ ପଛରେ ପକାଇ ବିଜୟୀ ହୋଇ ଆସୁଛନ୍ତି । ମାତ୍ର ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ଥବା ବେଳେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଜେଡି ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ନାହିଁ ଫଳରେ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ସୁଯୋଗ ନେଇ ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଯିଏ ବିଜେଡି ଦଳରେ ପ୍ରାଥମିକ ସଦସ୍ୟ ହୋଇ ନଥିବା ବେଳେ ୱାର୍ଡ ମେମ୍ବର ଭୋଟରେ ନ ଜିତି ସିଧା ସଳଖ ବିଧାୟକ ହେବା ପାଇଁ ଆଶା ବାନ୍ଧି ବସିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ସମସ୍ତେ ଜାଣିଛନ୍ତି ଯେ ବିଜେଡି ଦଳର କେଉଁ ନେତା ଙ୍କର୍ ଦଗ୍ଧ ଦବା ରହିଛି । ୪୬ ଗୋଟି ପଞ୍ଚାୟତ ଓ ଏ ନ ଏସିରେ ଘନ ଘନ ବୈଠକ କରି ବୁଥ ସ୍ତରରୁ ସଂଗଠନକୁ ସୁଦୃଢ଼ କରି ଚାଲିଛନ୍ତି । ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ବିଜେଡି କଂଗ୍ରେସ ସିପିଆଇ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଘୋଷଣା କରି ନଥୁବାରୁ ବେଳକୁ ବେଳ ଭୋଟର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଜେଡି ଦଳର ନିମାପଡ଼ାର ବୁଢ଼ ସଂଗଠକ ଟିକେଟ ପାଇବେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସରୁ ଜଣେ ଶିକ୍ଷାବିତ୍ ଟିକେଟ ଆଣିବେ ବୋଲି ସଂଗଠନ ସଜାଡୁ ଛନ୍ତି | ସିପିଆଇ ମଧ୍ୟ ଜଣେ ବରିଷ୍ଠ ନେତୃତ୍ବଙ୍କୁ ପ୍ରାର୍ଥୀ ଦେବ ବୋଲି ବୈଠକ ଚାଲିଛି । ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର ନିମାପଡ଼ା ଓ କାକଟପୁର ବିଧାନସଭା ଲାଗି ପ୍ରାର୍ଥୀ ଘୋଷଣା ଲାଗି ବିଜେଡି କର୍ମୀ ମାନଙ୍କ ପକ୍ଷରୁ ଦାବି ହେଉଛି ।
Related posts
-
ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ
ଭୁବନେଶ୍ବର,୧୪/୧୨- ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ। ଭୁବନେଶ୍ବର କୋର୍ଟ ନିକଟରେ ଏକ ମାଜିଷ୍ଟେଟ୍ଙ୍କ ନାମରେ ଟଙ୍କା ଠକେଇ ନେବା ଘଟଣା... -
ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ପରିବେଶ ଉପଯୋଗୀ ବୋଇତ ବନ୍ଦାଣ, ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ ଦାଶ ପାଇବେ ଦୟାନଦୀ ସମ୍ମାନ
ଭୁବନେଶ୍ବର,୫/୧୧: ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ଇକୋ ଫ୍ରେଣ୍ଡଲି ବୋଇତ ବନ୍ଦାଣ କରାଯିବ। ଚଳିତ ବର୍ଷ ମଧ୍ୟ ସୋଲ, ପ୍ଲାଷ୍ଟିକ... -
ସାରା ଦେଶରେ ଚର୍ଚା, ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ
ଭୁବନେଶ୍ୱର,୩/୧୦: ଥାଇଲାଣ୍ଡରେ ଏକ ହୋଟେଲ ସମ୍ମୁଖରେ ସୁରକ୍ଷାଧାରୀ ପରି ଦୁଇ ପାଶ୍ୱରେ ଠିଆ କରାଯାଇଛି ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର ନାଥ...