ଏକାମ୍ରରେ କଂଗ୍ରେସର ରୋଡ଼୍‌ ଶୋ

ଭୁବନେଶ୍ବର,୧୮/୫: ସାଧାରଣ ନିର୍ବାଚନ ପାଇଁ ହେବାକୁ ଯାଉଛି ମତଦାନ । ଏହି କ୍ରମରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ତଥା ଏହାର ଅନ୍ତର୍ଗତ ୭ଟି ବିଧାନସଭାରେ ତୀବ୍ର ହେବାରେ ଲାଗିଛି କ୍ୟାମ୍ପେନିଂ ୱାର । ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କୁ ନେଇ ରୋଡ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛି ଦଳ । ଭୁବନେଶ୍ୱର ଲୋକସଭା ଆସନ ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ ଏବଂ ଏକାମ୍ର ବିଧାୟକ ପ୍ରଶାନ୍ତ ଚମ୍ପତି ତାଙ୍କ ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ଏହି ରୋଡ ସୋ କରିଛନ୍ତି । ଲିଙ୍ଗରାଜ ମନ୍ଦିର ନିକଟରୁ ବିହାରୀ ରାମେଶ୍ବର ପାଟଣା ଛକ ପର୍ଯ୍ୟନ୍ତ ରଥ ରୋଡ଼୍‌ରେ ବିରାଟ ପଦଯାତ୍ରା କରାଯାଇଛି । ଏହି ଅବସରରେ ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ କହିଛନ୍ତି, “ପ୍ରଚାରର ପ୍ରଥମ ଦିନରୁ ହିଁ ଆମେ ରାସ୍ତାକୁ ଓହ୍ଲାଇ ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିଛୁ । ୨୫ ବର୍ଷର ବିଜେଡି ସରକାର ସବୁଥିରେ ଏହି ଅଞ୍ଚଳକୁ ଅବହେଳା କରିଛି । ଏକାମ୍ର କ୍ଷେତ୍ରରେ ବିକାଶ ନାମରେ ଗୁଜୁରାଣ ହରାଇଛନ୍ତି ସାଧାରଣ ଲୋକ। ଜମି ହରାଇ କ୍ଷତି ପୁରଣ ପାଇନାହଁନ୍ତି, ଉଠା ଦୋକାନୀ ଥଇଥାନ ହୋଇପାରିଲେନି, କୋଟି କୋଟି ଟଙ୍କା ଖର୍ଚହୋଇ ଫେବର ବ୍ଲକ ପଡ଼ୁଛି। ବିନ୍ଦୁସାଗର ସଫେଇ ନାମରେ ହରିଲୁଟ୍‌ ଚାଲିଛି। ଏହି ପଦଯାତ୍ରାରେ ବିଧାୟକ ପ୍ରାର୍ଥି ପ୍ରଶାନ୍ତ ଚମ୍ପତି କହିଥିଲେ ଯେ ମେଡିକାଲରେ ଡାକ୍ତର ନାହାଁନ୍ତି ସବୁଥିରେ ବଞ୍ଚିତ ହୋଇଛନ୍ତି ଏକାମ୍ର ଭୋଟର । ଏହାର ଜବାବ୍ ଦେବେ ଏକାମ୍ର ଜନସାଧାରଣ । ବିଜେପି ଯେଉଁ ୪୦୦ ପାର କଥା କହୁଛି କଂଗ୍ରେସ ସରକାର ଥିବା ସମୟରେ ପେଟ୍ରୋଲ ଓ ଡିଜେଲ୍ ୬୩ ଟଙ୍କାକୁ ବିଜେପି ୪୦୦ ପାର କରିବ । ” ବରଂ ଆସନ୍ତା ୨୫ ତାରିଖ ଭୋଟ କେନ୍ଦ୍ରରେ ବାଲଟ ପେପରରେ ଓଡ଼ିଶାବାସୀ ଏବଂ ଏକାମ୍ର ଭୋଟର ଉଚିତ ଜବାବ ଦେବେ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ । ଏହି ଶୋଭାଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ବେଣୁଧର ପାତ୍ର, ପୁଷ୍ପିତା ଦାଶ, ଯୁବ କଂଗେସ ସଭାପତି ରଞ୍ଜିତ ପାତ୍ର, ପିସିସି ସାଧାରଣ ସମ୍ପାଦକ ସୁବ୍ରତ ମହାପାତ୍ର ସମେତ ବହୁ ଯୁବକ ମହିଳା ସାମିଲ ‌ହୋଇଥିଲେ।

Related posts

Leave a Comment