ଭୁବନେଶ୍ୱର,୧୯/୫ : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବିନ୍ଦୁସାଗରରେ ଚାଲିଥିବା ବେଳେ ଏହାର ନିକଟ ସିଦ୍ଧି ମଣ୍ଡପଠାରେ ୧୮ତମ ମହିଳା ଚନ୍ଦନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୂରୁଜ, ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ଶକୁନ୍ତଳା ବାଲିଆରସିଂ, ସଂମ୍ମାନିତ ଅତିଥି ରୂପେ ବିଜେପି ନେତା ବାବୁ ସିଂ, ସୁଜାତା ମହାପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ମହିଳାମାନେ ମହିଳାମାନଙ୍କ ପାଇଁ ଏକାଠି ହେବାର ସମୟ ଆସିଛି। ମହିଳା ଚନ୍ଦନ ଉତ୍ସବ କମିଟିର ଅଧକ୍ଷ ରଶ୍ମୀ ମହାପାତ୍ର ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅବସରରେ ଭୁବନେଶ୍ୱରର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ମହିଳାଙ୍କୁ ଚନ୍ଦନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚିକିତ୍ସା କ୍ଷେତ୍ରରେ ଡକ୍ଟର ପଂରଜାନା ତସନିସ, ସାମ୍ବାଦିକତା କ୍ଷେତ୍ରରେ ନିମିଷା ମିଶ୍ର ସମାଜ ସେବା ପାଇଁ ଅମ୍ବିକା ମହାରଣା, କଳା ଓ ସାହିତ୍ୟ କ୍ଷେତ୍ରରେ ବିଷିଷ୍ଟ ଲେଖିକା ସୁକୃତି ତ୍ରିପାଠୀ, ଓ ବାଣିଜ୍ୟ କ୍ଷେତ୍ରରେ ଅବଦାନ ପାଇଁ ଶାଇକ୍ରିଷାନା ମହାନ୍ତିଙ୍କୁ ଚଳିତ ବର୍ଷ ସମ୍ମାନିତ କରାଯାଇଥିଲା ଏଥି ସହ ଚିତା, ମୁରୁଜ ଓ ପିଠା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ସୁକନ୍ୟା ଭାରତୀୟ ସାସ୍କୃତିକ ଅନୁଷ୍ଠାନର ବର୍ଷା ପଟ୍ଟନାୟକଙ୍କ ନିର୍ଦେଶନାରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଉତ୍ସବକୁ ସିପ୍ରା ସେନାପତି, ସୁମିତ୍ରା ଘୋଷ, ପ୍ରିୟଙ୍କା ପାତ୍ର, ପାୟଲ୍ଲୀ ମହାପାତ୍ର, ଉପାସନା ମହାପାତ୍ର, ଶିବାନୀ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଏହାକୁ ସଂଯୋଜନା କରିଥିଲେ ଆନି ଶତପଥୀ।
Related posts
-
ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ
ଭୁବନେଶ୍ବର,୧୪/୧୨- ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ। ଭୁବନେଶ୍ବର କୋର୍ଟ ନିକଟରେ ଏକ ମାଜିଷ୍ଟେଟ୍ଙ୍କ ନାମରେ ଟଙ୍କା ଠକେଇ ନେବା ଘଟଣା... -
ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ପରିବେଶ ଉପଯୋଗୀ ବୋଇତ ବନ୍ଦାଣ, ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ ଦାଶ ପାଇବେ ଦୟାନଦୀ ସମ୍ମାନ
ଭୁବନେଶ୍ବର,୫/୧୧: ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ଇକୋ ଫ୍ରେଣ୍ଡଲି ବୋଇତ ବନ୍ଦାଣ କରାଯିବ। ଚଳିତ ବର୍ଷ ମଧ୍ୟ ସୋଲ, ପ୍ଲାଷ୍ଟିକ... -
ବୋତଣ୍ଡାରେ ଶିବ ଶଙ୍କର ମିଠା ଦୋକାନ, ନୟୁ ବେଙ୍ଗଲ୍ ଗାଙ୍ଗୁରାମ (ଜଳଖିଆ ଓ ମିଠାର ସମ୍ଭାର)
ଭୁବନେଶ୍ବର- ସକାଳ ୮ଟା ହେଲେ ଟିଫିନ୍ ଦୋକାନ ଆଗରେ ଲାଗିଯାଏ ଗ୍ରାହକଙ୍କର ଲମ୍ବା ଲାଇନ। ବରା,ଆଳୁଚପ ଠାରୁ ଆରମ୍ଭ କରି ମିଠା...