ଭୁବନେଶ୍ୱର,- ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
ପୂର୍ବ ରାତିରୁ କାଉଡ଼ିଆମାନେ ଧାଡ଼ିବାନ୍ଧି ମନ୍ଦିର ସିଂହଦ୍ୱାର ନିକଟରେ ଅପେକ୍ଷା କରି ଭୋରୁ ମନ୍ଦିରକୁ ପ୍ରବେଶ କରି ମହାଦେବଙ୍କୁ
ପାଣି ଢ଼ାଳିଥିଲେ । ଏହି ଅବସରରେ ବୋଲବମ୍ ସାଂସ୍କୃତିକ ମହୋତ୍ସବ ଆୟୋଜିତ ହୋଇଥିଲା । ବିଣାପାଣୀ ନାଟ୍ୟ ସଂସ୍ଥା ଅନୁଷ୍ଠାନ
ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାର ସମ୍ପାଦକ ବିଚିତ୍ର ମଲିଆଙ୍କ ସଭାପତିତ୍ୱ କରିଥିଲେ । ବରିଷ୍ଟ କଣ୍ଠଶିଳ୍ପୀ
ତଥା ସଂଗୀତ ନିର୍ଦେଶକ ଦିନବନ୍ଧୁ ମଲିଆଙ୍କ ଦ୍ୱାରା ଓ ତାଙ୍କ ନିର୍ଦେଶନାରେ ଭଜନ ପରିବେଷଣ କରାଯାଇଥିଲା । ଏହି ଅବସରରେ
ରଙ୍ଗିଲା ଡ୍ୟାନ୍ସ ଅନୁଷ୍ଠାନର ମୁଖ୍ୟ ଦିଲ୍ଲୀପ ସ୍ୱାଇଁଙ୍କ ସଂଯୋଜନାରେ ନୃତ୍ୟ ପରିବେଷଣ କରାଯାଇଥିଲା । ଅତିଥି ଭାବେ ପୂର୍ବତନ
ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଡ଼ ଲିଙ୍ଗରାଜ ସାହୁ, ଅନିନ୍ଦିତା ଦାସ ପ୍ରମୁଖ ଯୋଗଦେଇ ଦିନବନ୍ଧୁ ମଲିଆଙ୍କୁ ଜୀବନବ୍ୟାପି
ସାଧନା ପାଇଁ “ଶିବ ଭଜନ ସମ୍ମାନ” ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଅଭୟ ମଲିଆ, ଏøଶୋର୍ୟ୍ୟା
ସମେତ ବହୁ କଣ୍ଠଶିଳ୍ପୀ ଭଜନ ପରିବେଷଣ କରିଥିଲେ ।