ଭୁବନେଶ୍ୱର, ୨୮/୮: ଓମାନ୍ ଦେଶରେ ଅଧ୍ୟାପନା କରୁଥିବା ପ୍ରବାସୀ ଓଡ଼ିଆ ଡକ୍ଟର ଶେଲୀ ମହାନ୍ତିଙ୍କ ଦ୍ଵିତୀୟ ଇଂରାଜୀ ପୁସ୍ତକ ‘କର୍ପୋରେଟ୍ ଲ’ ଆଜି କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ ଲୋକାର୍ପିତ ହୋଇଯାଇଛି । ବରିଷ୍ଠ ପ୍ରଶାସକ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର କୁମରବର ଦାସ ମୁଖ୍ୟ ଅତିଥି ଓ କିଟ୍ ଲ’ ସ୍କୁଲ୍ର ପ୍ରାଧ୍ୟାପକ ଡ. ନବୀନ ଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକର ଲୋକାର୍ପଣ ସହ କର୍ପୋରେଟ୍ ଆଇନ୍ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ବିରଞ୍ଚି ନାରାୟଣ ମିଶ୍ର ବେଦପାଠ ଓ ସୁଶ୍ରୀ ଗାୟତ୍ରୀ ଦାସ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ରମେଶ ଚନ୍ଦ୍ର ପାଣି, ଡ. ଶର୍ମିଷ୍ଠା ମହାପାତ୍ର, ଜୀବନବଲ୍ଲଭ ମହାନ୍ତି, ଜଗତଚନ୍ଦ୍ର ଦାସ, ଅଲେଖ ନନ୍ଦୀ, ଗଗନ ବିହାରୀ ରାଉତ, ମୁକୁନ୍ଦ ଶତପଥୀ ଓ ଡ. ସଂଘମିତ୍ରା ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅତିଥିମାନଙ୍କୁ ପ୍ରବାସୀ ଓଡ଼ିଆ ଇଂଜିନିୟର ପ୍ରଦୀପ କୁମାର ଦାସ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବଦ୍ଧିତ କରିଥିଲେ। ଡ. ଦେବାଶିଷ ମହାପାତ୍ର ସ୍ଵାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦା ଅର୍ପଣ କରିଥିଲେ ଆଇନଜୀବୀ ଡ. ଲିଙ୍ଗରାଜ ସାହୁ।
Related posts
-
ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ
ଭୁବନେଶ୍ବର,୧୪/୧୨- ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ। ଭୁବନେଶ୍ବର କୋର୍ଟ ନିକଟରେ ଏକ ମାଜିଷ୍ଟେଟ୍ଙ୍କ ନାମରେ ଟଙ୍କା ଠକେଇ ନେବା ଘଟଣା... -
ସାରା ଦେଶରେ ଚର୍ଚା, ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ
ଭୁବନେଶ୍ୱର,୩/୧୦: ଥାଇଲାଣ୍ଡରେ ଏକ ହୋଟେଲ ସମ୍ମୁଖରେ ସୁରକ୍ଷାଧାରୀ ପରି ଦୁଇ ପାଶ୍ୱରେ ଠିଆ କରାଯାଇଛି ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର ନାଥ... -
ଦିନବନ୍ଧୁ ମଲିଆଙ୍କୁ ଜୀବନବ୍ୟାପି ସାଧନା ପାଇଁ “ଶିବ ଭଜନ ସମ୍ମାନ”
ଭୁବନେଶ୍ୱର,- ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପୂର୍ବ ରାତିରୁ କାଉଡ଼ିଆମାନେ...