ଭୁବନେଶ୍ବର,୫/୧୧: ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ଇକୋ ଫ୍ରେଣ୍ଡଲି ବୋଇତ ବନ୍ଦାଣ କରାଯିବ। ଚଳିତ ବର୍ଷ ମଧ୍ୟ ସୋଲ, ପ୍ଲାଷ୍ଟିକ ଡଙ୍ଗା ନଭସାଇ କଦଳୀ ପାଟୁକା ଡଙ୍ଗା ଭସେଇବା ପାଇଁ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ପକ୍ଷରୁ ନିଷ୍ପତି ହୋଇଛି। ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ଏସମ୍ପର୍କରେ ସଚେତନ କରାଯିବା ସହ ମାଗଣାରେ କଦଳୀ ପଟୁକା ଡଙ୍ଗା ବଣ୍ଟନ କରାଯିବ। ସ୍ଥାନୀୟ ଶିଶୁପାଳଗଡ଼ ସ୍ଥିତ ଦୂର୍ଗେଶ୍ୱର ମନ୍ଦିରରେ “ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ” ପାଳନ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ ଦାଶଙ୍କୁ “ଦୟାନଦୀ ସମ୍ମାନରେ ସମ୍ମାନୀତ କରାଯିବା ସହ ଆଞ୍ଚଳିକ ପ୍ରତିଭା ମାନଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ ବୋଲି ନିଷ୍ପତି ହୋଇଛି। ଚଳିତ ବର୍ଷ ବଲିଉଡ କଣ୍ଠଶିଳ୍ପୀ ପାମେଲା ଜୈନ, ପ୍ରଖ୍ୟାତ ଓଡ଼ିଆ ଭଜନ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି, ଶିବାସିସ ସାମଲ, ରଶ୍ମିତା ଦାଶ, ଯୁଧିଷ୍ଠିର ଖୁଣ୍ଟିଆ ପ୍ରମୁଖ ଭଜନ ପରିବେଷଣ କରିବା ସହିତ ସମ୍ବଲପୁରୀ ଇତ୍ୟାଦି ନୃତ୍ୟ ପରିବେଷଣ କରାଯିବ। ୫ହଜାର ଭକ୍ତଙ୍କ ନିମନ୍ତେ ପ୍ରସାଦ ବ୍ୟବସ୍ଥା କରାଯିବା ସହ ପରଦିନ ସକାଳୁ ଶ୍ରମଦାନ ମାଧ୍ୟମରେ ଘାଟ ସଫେଇ କରାଯିବ। ଏଥିରେ ବୋଇତ ବନ୍ଦାଣ କମିଟିର ବରିଷ୍ଠ ସଦସ୍ୟ ରବିନ୍ଦ୍ର ପାତ୍ର, ବିଜୟ ସାମନ୍ତରାୟ, ସୂର୍ଯ୍ୟକାନ୍ତ ସାହୁ, ପ୍ରକାଶ ସାହୁ, ବିଭୂତି ପ୍ରଧାନ, ଚିତ୍ତ ରଂଜନ ମହାନ୍ତି, ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ।୧୫ ନଭେମ୍ବର କାର୍ତିକପୂର୍ଣ୍ଣମି ଭୋର ୪ ଘଟିକାରୁ ଭଜନ କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ସାଧବ ପୁଅ ଓ ବୋହୂ ଙ୍କ ବନ୍ଦାପନା ସହିତ ବୋଇତ ଭସାଣ କରାଯିବ।
Related posts
-
ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ
ଭୁବନେଶ୍ବର,୧୪/୧୨- ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ। ଭୁବନେଶ୍ବର କୋର୍ଟ ନିକଟରେ ଏକ ମାଜିଷ୍ଟେଟ୍ଙ୍କ ନାମରେ ଟଙ୍କା ଠକେଇ ନେବା ଘଟଣା... -
ବୋତଣ୍ଡାରେ ଶିବ ଶଙ୍କର ମିଠା ଦୋକାନ, ନୟୁ ବେଙ୍ଗଲ୍ ଗାଙ୍ଗୁରାମ (ଜଳଖିଆ ଓ ମିଠାର ସମ୍ଭାର)
ଭୁବନେଶ୍ବର- ସକାଳ ୮ଟା ହେଲେ ଟିଫିନ୍ ଦୋକାନ ଆଗରେ ଲାଗିଯାଏ ଗ୍ରାହକଙ୍କର ଲମ୍ବା ଲାଇନ। ବରା,ଆଳୁଚପ ଠାରୁ ଆରମ୍ଭ କରି ମିଠା... -
ସାରା ଦେଶରେ ଚର୍ଚା, ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ
ଭୁବନେଶ୍ୱର,୩/୧୦: ଥାଇଲାଣ୍ଡରେ ଏକ ହୋଟେଲ ସମ୍ମୁଖରେ ସୁରକ୍ଷାଧାରୀ ପରି ଦୁଇ ପାଶ୍ୱରେ ଠିଆ କରାଯାଇଛି ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର ନାଥ...