ଭୁବନେଶ୍ୱର,୧୫/୧୧ : କପିଳେଶ୍ବରରେ ଶ୍ରଦ୍ଧାଳୁ ମାନଙ୍କ ବୋଇତ ବନ୍ଦାଣ କରାଯାଇଥିଲା। ପୂର୍ବ ରାତିରେ ବନ୍ଧୁ ମିଳନ କରି କର୍ପୋରେଟର ଓ ସ୍ଥାନୀୟ ଯୁବକ ଜୟକୃଷ୍ଣ ମଲିଆ ମନ ଜିଣିଥିଲେ। ଏହ ପରେ ମଧ୍ୟ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ ବୋଇତ ବନ୍ଦାଣ କରିଥିଲେ। ପରେ କପିଳେଶ୍ବରର ଯୁବକମାନଙ୍କ ଦ୍ବରା ମଣିକର୍ଣ୍ଣିକା ପୁଷ୍କରିଣୀକୁ ସଫେଇ କରାଯାଇଥିଲା। ପୁଷ୍କରିଣୀ କୂଳରେ ଥିବା କଦଳୀବାହୁଙ୍ଗା, ସୋଲ ଓ କାଗଜ ଡଙ୍ଗାକୁ ସଫେଇ କରାଯାଇଥିଲା । ସ୍ଵେଚ୍ଛାସେବୀ ଏକାଠି ହୋଇ ପ୍ଲାଷ୍ଟିକ, ସୋଲ ଏବଂ କୃତିମ ରଙ୍ଗରେ ପ୍ରସ୍ତୁତ ବୋଇତ ଜଳାଶୟକୁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଫେଇ କରିଥିଲେ। ସ୍ଥାନୀୟ କର୍ପୋରେଟର ସମାଜସେବୀ ଚନ୍ଦ୍ର ଶେଖର ମଲିଆଙ୍କ ସଂଯୋଜନାରେ ବହୁ ଯୁବକ ଓ ଯୁବତୀ ସାମିଲ ହୋଇଥିଲେ। ଜୟକୃଷ୍ଣ ମଲିଆ ଏହାକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟ ପାଇଁ ବିଭିନ୍ନ ପ୍ରଂଶସାର ପାତ୍ର ପାଲଟିଥିଲେ କର୍ପୋରେଟର ଚନ୍ଦ୍ର ଶେଖର ମଲିଆ ଯାହାଙ୍କୁ କାପୁ ଭାବେ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ଜାଣନ୍ତି। କପିଳେଶ୍ବର ଗ୍ରାମରେ ବଡ଼ ଓଷା ଦିନ ପ୍ରକାଶ , ଶତାଧିକ ମହିଳାଙ୍କ ଘରେ ଘରେ ତିଆରି କରିଥିଲେ । ବଡ଼ଓଷା କରିଥିବା ମହିଳାମାନେ ଘରେ ତରଣ ତିଆରି କରି ରଖିଥିବା ତରଣକୁ ଆସନ୍ତା କାଲି ଠାକୁରଙ୍କୁ ଲାଗି କରିବେ । ଏହାକୁ ଲାଗି କରିବା ପରେ ଶ୍ରଦ୍ଧାଳୁ ମାନେ ଏହି ତରଣ ପ୍ରସାଦ ରୂପରେ ପାଇବେ । ଏଥି ପାଇଁ ଆଜି ଦିନ ତମାମ ଉପବାସରେ ରହି ମହିଳାମାନେ ନିଜ ଘରେ ଚାଉଳ ଚୂନା, ଗୁଡ଼, ନଡ଼ିଆ, ଆଖୁ ରସ, ତେଜପତ୍ର ପକାଇ ମାଟି ହାଣ୍ଡିରେ ରୋଷେଇ କରି ଏହି ତରଣ ତିଆରି କରିଥିଲେ । କପିଳେଶ୍ୱର ଗ୍ରାମରେ ମହିଳାମାନେ କୋଠା ଉପରେ ଓ ଖୋଲା ସ୍ଥାନରେ ଏହାକୁ ତିଆରି କରିଥିଲେ । ଏହି ତରଣକୁ ପୂର୍ଣ୍ଣିମା ତିଥିରେ ପରିବାରର ପୁରୁଷମନେ ଧବଳେଶ୍ୱରଙ୍କ ଉଦ୍ଦେଶ୍ୟରେ ଲାଗି କରିଥିଲେ। ଏହା ପରେ ପ୍ରସାଦ ରୂପରେ ଗ୍ରହଣ କରିଥିଲେ।
Related posts
-
ବ୍ରେକ୍ ମାରିଲ ଚକା ସ୍ଲିପ୍ , ରାସ୍ତାରୁ ବାଲି ସଫା ଅଭିଯାନ
ଭୁବନେଶ୍ବର,୨୦/୧୧-ରାସ୍ତାରେ ବାଲି ବିଛାଇ ହୋଇ ପଡ଼ିଥିଲେ ହେଁ ବିଏମ୍ସି ପକ୍ଷରୁ ସଫେଇ କରିବାକୁ ଚିନ୍ତା କରିପାରୁନି। ରାସ୍ତା ଉପରେ ବାଲି ପଡ଼ି... -
ଖଣ୍ଡଗିରିରେ ଷ୍ଟାଇଲ୍ ବାଜାର ଉଦ୍ଘାଟିତ
ଭୁବନେଶ୍ବର,୧୯/୧୧- ଭାରତର ୯ଟି ରାଜ୍ୟରେ ଷ୍ଟାଇଲ୍ ବାଜାରରେ ୧୯୮ଟି ଷ୍ଟୋର ଥିବା ବେଳେ ଓଡ଼ିଶାରେ ଏହା ବିସ୍ତାର ଏକ ଅଗ୍ରଣୀ ଶୃଙ୍ଖଳିତ... -
पत्रकार सुरक्षा विधेयक शामिल कि मांग की है पत्रकार संघों का संयुक्त मंच मंच के अध्यक्ष डॉ. लिंगराज साहू
चुनावी घोषणा पत्र में विशेष कानून घोषित करने की मांग नई दिल्ली: पत्रकारों की लंबे समय...