ବ୍ରେକ୍‌ ମାରିଲ ଚକା ସ୍ଲିପ୍‌ , ରାସ୍ତାରୁ ବାଲି ସଫା ଅଭିଯାନ

ଭୁବନେଶ୍ବର,୨୦/୧୧-ରାସ୍ତାରେ ବାଲି ବିଛାଇ ହୋଇ ପଡ଼ିଥିଲେ ହେଁ ବିଏମ୍‌ସି ପକ୍ଷରୁ ସଫେଇ କରିବାକୁ ଚିନ୍ତା କରିପାରୁନି। ରାସ୍ତା ଉପରେ ବାଲି ପଡ଼ି ରହୁଥିବାରୁ ଦୁଇ ଚକିଆ ଗାଡ଼ି ଗଲାବେଳେ ହଠାତ୍ ଯଦି କିଏ ବ୍ରେକ୍‌ ମାରିଦେଉଛି ତେବେ ଚକା ସ୍ଲିପ୍‌ କରିଯାଉଛି। ଏହିଭଳି ଦୁର୍ଘଟଣା ପ୍ରତିଦିନ ରାଜଧାନୀରେ ଘଟୁଛି। ସେହିପରି ବିଏମ୍‌ସି ୫୯ ନମ୍ବର ୱାର୍ଡ ନୂଆଗାଁ ଆଖପାଖରେ ଘଟୁଥିବାରୁ ଏପରି ଦୁର୍ଘଟଣାକୁ ଏଡାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଯୁବକ। ସାମନ୍ତରାପୁର ନୂଆଗାଁ ମାରୁତି ନଗର ଡେପଲ୍‌ପମେଣ୍ଟ୍‌ କମିଟି ବାଲି ସଫେଇ ପାଇଁ ନିଷ୍ପତି ନେଇଛି। ଏନେଇ ଆଜି ବାଲି ସଫା ଅଭିଯାନ ଆରମ୍ଭ କରିଛନ୍ତି। ବିଭିନ୍ନ ପିଚୁ ରାସ୍ତା ଓ ଫେବର ବ୍ଲକ୍‌ ରାସ୍ତା ଉପରୁ ବାଲିକୁ ସଫା କରିଛନ୍ତି। ସମାଜସେବୀ ଡ଼ ଚିନ୍ମୟାନନ୍ଦ ବଡ଼ଜେନାଙ୍କ ସଂଯୋଜନାରେ ମାରୁତି ନଗର ଡେପଲ୍‌ପମେଣ୍ଟ୍‌ କମିଟିର ହୃଷିକେଶ କର, ଜଗନ୍ନାଥ ପଟ୍ଟନାୟକ, ସୁକାନ୍ତ ପାତ୍ର, ବିକାଶ ରଥ, ସଞ୍ଜୟ କୁମାର ଗିରି, ନିକୁଞ୍ଜ ସ୍ବାଇଁ, ପ୍ରକାଶ ରଣା, ଭାଷ୍କର ଆଚାର୍ଯ୍ୟ, ଅଭିମୁନ୍ୟ ମୁଦୁଲି ପ୍ରମୁଖ ଏଥିରେ ସାମିଲ ହୋଇ ରାସ୍ତା ସଫା କରିଥିଲେ।

Related posts

Leave a Comment